Site icon ଆଜିକାଲି

ଆଜି ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦର ଶୁଣାଣି କରିବେ ୩ ଜଣିଆ ଖଣ୍ଡପୀଠ

ନୂଆଦିଲ୍ଲୀ : ମହାନଦୀ ଜଳ ବିବାଦ । ଆଜି ଟ୍ରିବ୍ୟୁନାଲରେ ହେବ ଶୁଣାଣି । ଜଷ୍ଟିସ୍‌ ଏଏମ୍‌ ଖାନ୍‌ଓ୍ୱାଲିକରଙ୍କ ଦ୍ୱାରା ଗଠିତ ୩ ଜଣିଆ ଖଣ୍ଡପୀଠ ଏହି ମାମଲାରେ ଶୁଣାଣି କରିବେ ।

ତେବେ ଏବେ ଯାଏଁ ମିଳିଥିବା ସୂଚନା ଅନୁସାରେ, ଛତିଶଗଡ଼ ଏବଂ ଓଡିଶା ମଧ୍ୟରେ ଥିବା ଅସହମତିର ସାମଧାନ ହୋଇପାରନାହିଁ । ପକ୍ଷଭୁକ୍ତ ରାଜ୍ୟମାନଙ୍କ ଭିତରେ କମନ୍‌ ଇନ୍‌ଫରମେସନ୍‌ ଫର୍ମାଟ ପ୍ରସ୍ତୁତି ପ୍ରାୟ ଚୂଡ଼ାନ୍ତି ହୋଇଛି । ଏହାସହିତ ଏହାର ତର୍ଜମା ଟ୍ରିବ୍ୟୁନାଲରେ ଚାଲିଛି । ଛତିଶଗଡ଼ ତରଫରୁ ଟ୍ରିବ୍ୟୁନାଲରେ ଦର୍ଶାଯାଇଛି ଯେ, ଓଡିଶ ଦାଖଲ କରିଥିବା ତଥ୍ୟର ତର୍ଜମା ଚାଲିଛି । ଓଡିଶା ତରଫରୁ ପ୍ରତି ଜବାବରେ କୁହାଯାଇଛି ଯେ, ଛତିଶଗଡ଼ର କମନ ଇନ୍‌ଫରମେସନ ଫର୍ମାଟରେ ତ୍ରୁଟି ରହିଛି ବୋଲି ଆସେଶରଙ୍କୁ ଅବଗତ କରାଯାଇଛି । ସେହିପରି ଗତ ଜୁଲାଇ ୧୧ ତାରିଖରେ ଶୁଣାଣିରେ ଚିଲିକା ଅଞ୍ଚଳକୁ ନେଇ ରହିଥିବା ବିବାଦ ସଂପର୍କରେ ଅଧିକ ଆଲୋଚନା ପାଇଁ ଓଡିଶା ସମୟ ମାଗିଥିଲା । ଯାହା ବିଷୟରେ ମଧ୍ୟ ଟ୍ରିବ୍ୟୁନାଲକୁ ଅବଗତ କରାଯାଇଥିବା ସୂଚନା ମିଳିଛି ।

Exit mobile version