Site icon ଆଜିକାଲି

ଗୋଆରେ ଲାଗୁ ହେଲା ଡ୍ରେସ୍ କୋଡ୍, ଏଣିକି ମନ୍ଦିର ଭିତରକୁ ମନା ଜିନ୍ସ ଟପ୍

ନୂଆଦିଲ୍ଲୀ : ଏଣିକି ମନ୍ଦିର ଭିତରକୁ ମନା ଜିନ୍ସ ଟପ୍ । କେବଳ ଜିନ୍ସ ଟପ୍ ନୁହେଁ ସର୍ଟସ୍ , ମିନି ସ୍କର୍ଟ, ମିଡି, ସ୍ଲିଭ୍ ଲେସ୍ ଟପ୍ ଆଦି ପିନ୍ଧି ମନ୍ଦିରକୁ ଯାଇପାରିବେନି ପର୍ଯ୍ୟଟକ। ନୂଆ ବର୍ଷରୁ ଲାଗୁ ହେବ ଏଭଳି କିଛି ନୂଆ ନିୟମ। ୨୦୨୪ ଜାନୁଆରୀ ପହିଲାରୁ ଗୋଆର ସମସ୍ତ ମନ୍ଦିରରେ ପବିତ୍ର ସ୍ଥାନଗୁଡ଼ିକର ପବିତ୍ରତା ଓ ସମ୍ମାନ ବଜାୟ ରଖିବା ପାଇଁ କଡ଼ା ଡ୍ରେସ୍ କୋଡ୍ ଲାଗୁ କରାଯାଇଛି।

ମନ୍ଦିର ପରିଦର୍ଶନ ପାଇଁ ଅନୁପଯୁକ୍ତ ବୋଲି ବିବେଚନା କରାଯାଉଥିବା ଆଧୁନିକ ଏବଂ ଅଙ୍ଗ ପ୍ରଦର୍ଶନ ହେଉଥିବା ପୋଷାକ ପିନ୍ଧିଥିବା ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏହି ନିୟମ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ଲାଗୁ ହେବ। ଏହାକୁ ସୁନିଶ୍ଚିତ କରିବା ପାଇଁ ମନ୍ଦିର କମିଟି ଅନୁପଯୁକ୍ତ ପୋଷାକ ପିନ୍ଧିଥିବା ପର୍ଯ୍ୟଟକମାନଙ୍କୁ ଲୁଙ୍ଗି କିମ୍ବା ଶାଲ ଯୋଗାଇ ଦେବେ।

୧୦ ବର୍ଷରୁ କମ୍ ବୟସର ପିଲାଙ୍କୁ ଡ୍ରେସ୍ କୋଡ୍ ରୁ ମୁକ୍ତ କରାଯାଇଥିବା ବେଳେ ୧୦ ବର୍ଷରୁ ଅଧିକ ପିଲା ଓ ବୟସ୍କମାନେ ଏହାକୁ ପାଳନ କରିବାକୁ ପଡ଼ିବ। ମନ୍ଦିର ଗୁଡ଼ିକ ଫ୍ୟାସନ୍ ଶୋ’ର ସ୍ଥାନ ନୁହେଁ, ବରଂ ପୂଜା ଓ ଧ୍ୟାନ ପାଇଁ ପବିତ୍ର ସ୍ଥାନ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ କୁହାଯାଇଛି। ମନ୍ଦିରକୁ ଯିବା ସମୟରେ ପାରମ୍ପରିକ ଭାରତୀୟ ପୋଷାକ ପରିଧାନ କରିବାକୁ ସେମାନେ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କୁ ଅନୁରୋଧ କରିଛନ୍ତି।

Exit mobile version