ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗର କାଟିହର ରେଳ ମଣ୍ଡଳ ଅନ୍ତର୍ଗତ କୁମେଦପୁର ଷ୍ଟେଶନ ନିକଟରେ ଶୁକ୍ରବାର ଏକ ମାଲଗାଡ଼ି ଲାଇନଚ୍ୟୁତ ହୋଇଛି। ମାଲବାହୀ ଟ୍ରେନର ୫ଟି ବଗି ରେଳଧାରଣାରୁ ଖସି ଅଲଗା ହୋଇଯାଇଛି। ଏହି ମାଲଗାଡ଼ିରେ କିରୋସିନ ଟ୍ୟାଙ୍କର ଯାଉଥିଲା। ତେବେ ଦୁର୍ଘଟଣା ସତ୍ବେ କିରୋସିନ ଟ୍ୟାଙ୍କର ଓଲଟି ନ ଥିଲା। ଟ୍ୟାଙ୍କରଗୁଡ଼ିକ ଓଲଟିଥିଲେ ଏକ ବଡ଼ ଧରଣର ଅଘଟଣ ଘଟିବା ଆଶଙ୍କା ରହିଥିଲା। ରେଳ କର୍ମଚାରୀ ପହଞ୍ଚି ସେଠାରେ ମରାମତି କାର୍ଯ୍ୟ ଆରମ୍ଭ କରିଥିବା ସୂଚନା ମିଳିଛି।