Site icon ଆଜିକାଲି

ଭିଡ଼ ଉପରେ ମାଡ଼ିଗଲା କ୍ଷୀର ଟ୍ୟାଙ୍କର, ତିନି ମୃତ, ୨୦ ଆହତ

ଗ୍ୟାଙ୍ଗଟକ୍: ଏକ କ୍ଷୀର ଟ୍ୟାଙ୍କର ନିୟନ୍ତ୍ରଣ ହରାଇ ମେଳା ଦେଖୁଥିବା ଲୋକଙ୍କ ଉପରେ ମାଡ଼ି ଯିବାରୁ ତିନି ଜଣଙ୍କର ମୃତ୍ୟୁ ହୋଇଛି‌। ଏହି ଦୁର୍ଘଟଣାରେ ୨୦ ଜଣ ଆହତ ହୋଇଛନ୍ତି । ଶନିବାର ସନ୍ଧ୍ୟାରେ ସିକ୍କିମର ଗ୍ୟାଙ୍ଗଟକ୍ ଜିଲ୍ଲାର ରାଣୀପୁରରେ ଏହି ଘଟଣା ଘଟିଛି ।

ଗ୍ୟାଙ୍ଗଟକ୍ ଜିଲ୍ଲା ମାଜିଷ୍ଟ୍ରେଟ ତୁଷାର ନିଖାରେଙ୍କ ସୂଚନା ଅନୁଯାୟୀ ଶନିବାର ସନ୍ଧ୍ୟା ପ୍ରାୟ ୭.୩୦ ସମୟରେ ଏହି ଦୁର୍ଘଟଣା ଘଟିଥିଲା । ରଣୀପୁରରେ ଏକ ତାମ୍ବୋଲା କାର୍ଯ୍ୟକ୍ରମ ଚାଲିଥିଲା । ହଠାତ୍ ଦ୍ରୁତ ଗତିରେ ଏକ ଟ୍ୟାଙ୍କର କାର୍ଯ୍ୟକ୍ରମ ସ୍ଥଳରେ ପଶି ଭିଡ଼ ଉପରକୁ ମାଡ଼ି ଯାଇଥିଲା । ଏହି ଦୁର୍ଘଟଣାରେ ୩ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ​​। ପ୍ରାୟ ୨୦ ଜଣ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସିକ୍କିମ ସରକାର ମୃତକଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି। ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସରକାର ।

ଦୁର୍ଘଟଣା ଘଟାଇଥିବା ଗାଡ଼ି ସିକ୍କିମ୍ ଦୁଗ୍ଧ ସଂଘ ନାଁରେ ପଞ୍ଜିକୃତ ହୋଇଛି। ତେବେ ଏହି ଗାଡ଼ି ଆଉ ସଂଘ ସହିତ ଜଡ଼ିତ ନୁହେଁ ଓ ପୂର୍ବରୁ ନିଲାମ ହୋଇସାରିଛି ବୋଲି ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ।

Exit mobile version