Site icon ଆଜିକାଲି

ୟୁଏଲଏଫଏ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ

ନୂଆଦିଲ୍ଲୀ: ଆସାମ ଓ ଉତ୍ତର-ପୂର୍ବ ସଂପର୍କକୁ ନେଇ କେନ୍ଦ୍ର ସରକାର ଏକ ବଡ଼ ସଫଳତା ପାଇଛନ୍ତି। ଶୁକ୍ରବାର ସରକାର ଏବଂ ଉଗ୍ରବାଦୀ ସଂଗଠନ ୟୁନାଇଟେଡ୍ ଲିବରେସନ୍ ଫ୍ରଣ୍ଟ ଅଫ୍ ଆସାମ (ୟୁଏଲଏଫଏ) ମଧ୍ୟରେ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ହୋଇଛି। ୟୁଏଲଏଫଏର ଟିମ୍‌ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ କେନ୍ଦ୍ର ଏବଂ ଆସାମ ସରକାରଙ୍କ ସହ ଏକ ଦ୍ୱିପାକ୍ଷିକ ଶାନ୍ତି ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି।

ଏହି ଅବସରରେ ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ଆସାମର ଭବିଷ୍ୟତ ପାଇଁ ଆଜି ଏକ ଉଜ୍ଜ୍ୱଳ ଦିନ। ମୋ ପାଇଁ ଖୁସିର ବିଷୟ। ଦୀର୍ଘ ଦିନ ଧରି ଆସାମ, ଉତ୍ତର-ପୂର୍ବ ହିଂସାର ସମ୍ମୁଖୀନ ହୋଇଥିଲା। ୨୦୧୪ରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଦିଲ୍ଲୀ ଏବଂ ଉତ୍ତର-ପୂର୍ବ ମଧ୍ୟରେ ଥିବା ଦୂରତାକୁ ହ୍ରାସ କରିବାକୁ ଉଦ୍ୟମ କରାଯାଇଥିଲା।

Exit mobile version