Site icon ଆଜିକାଲି

ସର୍ଭିସ୍‌ ବନ୍ଧୁକରୁ ନିଜକୁ ନିଜେ ଗୁଳି କରି ଆତ୍ମହତ୍ୟା କଲେ ପୁଲିସ ବାବୁ

ନୂଆଦିଲ୍ଲୀ : ସର୍ଭିସ୍‌ ବନ୍ଧୁକରୁ ନିଜକୁ ନିଜେ ଗୁଳି କରି ଆତ୍ମହତ୍ୟା କଲେ ଦିଲ୍ଲୀ ପୁଲିସର ଜଣେ ଆସିଷ୍ଟାଣ୍ଟ ସବ୍‌ ଇନ୍ସପେକ୍ଟର। ରୁମ୍‌ ଭିତରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି।

ସୂଚନା ଯେ, ମୃତ ଏଏସଆଇ ଉତ୍ତରଖଣ୍ଡର ବାସିନ୍ଦା ଥିଲେ। ୧୯୯୪ ମସିହାରେ ସେ ଦିଲ୍ଲୀ ପୁଲିସରେ ଯୋଗ ଦେଇଥିଲେ। ଆଜି ଭୋରୁ ସେ ସିଭିଲ ଲାଇନ୍ସ ବ୍ୟାରେକ୍‌ରେ ନିଜ ରୁମ୍‌ ଭିତରେ ନିଜକୁ ନିଜେ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ସୂଚନା ପରେ କ୍ରାଇମବ୍ରାଞ୍ଚ ଏବଂ ଏଫଏସଏସ ରୋହିଣୀ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛନ୍ତି। ତେବେ ତାଙ୍କ ମୃତଦେହ ନିକଟୁ କିମ୍ବା ରୁମ୍‌ ଭିତରୁ କୌଣସି ସୁ-ସାଇଡ୍‌ ନୋଟ ମିଳି ନାହିଁ। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

Exit mobile version