Site icon ଆଜିକାଲି

ଅଯୋଧ୍ୟାରେ ପହଞ୍ଚିଲା ନେପାଳରୁ ଆସିଥିବା ବିରଳ ଶାଳଗ୍ରାମ

ନୂଆଦିଲ୍ଲୀ : ଅଯୋଧ୍ୟାରେ ପହଞ୍ଚିଲା ଶାଳଗ୍ରାମ ଶିଳା। ପ୍ରଭୁ ରାମଙ୍କ ପ୍ରତିମୂର୍ତ୍ତି ପାଇଁ ମାତା ସୀତାଙ୍କ ଦେଶରୁ ଆସିଛି ଶାଳଗ୍ରାମ ଶିଳା। ନେପାଳରୁ ଆସିଥିବା ଏହି ବିରଳ ଶାଳଗ୍ରାମ ଶିଳାରେ ହେବ ରାମଲାଲାଙ୍କ ମୂର୍ତ୍ତି। ନେପାଳର ଜନକପୁରୀ ଗଣ୍ଡକି ନଦୀରୁ ଏହି ଦୁଇ ବିରାଟ ଶିଳା ଅଣାଯାଇଛି।

ସେହିଠାରେ ରୁଦ୍ରାଭିଷେକ କରାଯାଇ ଶିଳାକୁ ଦୁଇଟି ଟ୍ରକରେ କଡ଼ା ସୁରକ୍ଷା ମଧ୍ୟରେ ନେପାଳରୁ ଶାଳଗ୍ରାମ ଶିଳାକୁ ୨ଟି ଟ୍ରକରେ ଅଣାଯାଇଛି। ଏହି ଶିଳା ଅଯୋଧ୍ୟାରେ ପହଞ୍ଚିବା ପରେ ବିଧି ବିଧାନ ଅନୁଯାୟୀ ପୂଜାର୍ଚ୍ଚନା କରାଯାଉଛି। ନେପାଳରୁ ବିହାର ଦେଇ ଉତ୍ତରପ୍ରଦେଶରେ ପହଞ୍ଚାଯାଇଥିଲା ଏହି ଶାଳଗ୍ରାମ ଶିଳା।

ଏହାପରେ ଗୋରଖପୁର ଦେଇ ଅଯୋଧ୍ୟାରେ ପହଞ୍ଚିଛି ଶାଳଗ୍ରାମ ଶିଳା। ଶାଳଗ୍ରାମ ଶିଳା ଅଣାଯିବା ସମୟରେ ରାସ୍ତାରେ ଭବ୍ୟ ସ୍ୱାଗତ କରାଯାଉଥିବା ଦେଖିବାକୁ ମିଳିଛି। ଜୟ ଶ୍ରୀରାମ କହି ଶହ ଶହ ପୁରୁଷ ମହିଳା ଏହି ଶିଳାର ଦର୍ଶନ କରୁଛନ୍ତି। ନେପାଳର ପୁଣ୍ୟୋତୟା ଗଣ୍ଡକି ନଦୀରୁ ମିଳିଥିବା ଏହି ଶାଳଗ୍ରାମ ଶିଳା ୬ କୋଟି ବର୍ଷ ପୁରୁଣା। ଏହି ୨ ଶାଳଗ୍ରାମ ପ୍ରସ୍ତରରେ ନିର୍ମାଣ କରାଯିବ ଶ୍ରୀରାମଙ୍କ ବାଳରୂପ ଓ ମା’ ସୀତାଙ୍କ ପ୍ରତିମୂର୍ତ୍ତି।

ରାମଲାଲାଙ୍କ ମୂର୍ତ୍ତି ୫ରୁ ସାଢ଼େ ୫ ଫୁଟ ହେବାକୁ ସ୍ଥିର ହୋଇଛି । ମୂର୍ତ୍ତିର ଉଚ୍ଚତା ଏଭଳି ଭାବରେ ସ୍ଥିତ କରାଯାଇଛି ଯେ, ରାମନବମୀ ଦିନ ସୂର୍ଯ୍ୟଙ୍କ ପ୍ରଥମ କିରଣ ପ୍ରଥମେ ଶ୍ରୀରାମଙ୍କ ବାଳ ରୂପର ସିଧା ମଥାରେ ପଡ଼ିବ। ପୌରାଣିକ କଥା ଅନୁଯାୟୀ ମାତା ସୀତାଙ୍କ ଜନ୍ମଭୂମି ଜନକପୁରରରୁ ପବିତ୍ର ପଥର ଅଣାଯାଇଛି, ଯେଉଁଥିରେ ରାମଲାଲାଙ୍କ ପ୍ରତିମୂର୍ତ୍ତି ନିର୍ମାଣ ହେବ।

FacebookTwitterLinkedinWhatsapp
Exit mobile version