Site icon ଆଜିକାଲି

ବ୍ୟାଙ୍ଗ୍‌କକ୍‌ର ଏକ ନାଇଟ୍‌କ୍ଲବ୍‌ରେ ଭୟଙ୍କର ଅଗ୍ନିକାଣ୍ଡ, ୧୩ ମୃତ

ବ୍ୟାଙ୍ଗ୍‌କକ୍‌ : ଥାଇଲାଣ୍ଡ୍‌ର ରାଜଧାନୀ ବ୍ୟାଙ୍ଗ୍‌କକ୍‌ର ଦକ୍ଷିଣପୂର୍ବ ପ୍ରାନ୍ତସ୍ଥିତ ଚନ୍‌ବୁରି ପ୍ରଦେଶ ଅନ୍ତର୍ଗତ ଗୋଟାଏ ନାଇଟ୍‌କ୍ଲବ୍‌ରେ ଗୁରୁବାର ରାତିରେ ଭୟଙ୍କର ଅଗ୍ନିକାଣ୍ଡ । ଏଥିରେ ୧୩ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୫ଜଣ ଆହତ ହୋଇଥିବା ଜଣାପଡିଛି । ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ୪ଜଣ ମହିଳା ଏବଂ ୯ଜଣ ପୁରୁଷ। ଭୀଷଣ ପୋଡ଼ିଯାଇଥିବା ସେମାନଙ୍କ ଶବ କ୍ଲବ୍‌ର ପ୍ରବେଶ ପଥ ଓ ସ୍ନାନାଗାରରୁ ଉଦ୍ଧାର କରାଯାଇଛି।

Exit mobile version