Site icon ଆଜିକାଲି

ଉତ୍ତର ପ୍ରଦେଶରେ ପୁଣି ଏନକାଉଣ୍ଟର, ଟଳିଲା ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ଅନିଲ ଦୁଜାନା

ଲକ୍ଷ୍ନୌ : ମାଫିଆଙ୍କ ବିରୋଧରେ ଅଭିଯାନ ଜାରି ରଖିଛନ୍ତି ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର । ଏହି କ୍ରମରେ ଆଉ ଜଣେ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ଅନିଲ ଦୁଜାନାର ଏନକାଉଣ୍ଟର ହୋଇଛି । ୟୁପି ଏସଟିଏଫ୍ ଏନକାଉଣ୍ଟରରେ ନିହତ ହୋଇଛି ଅନିଲ ଦୁଜାନା ।

ଗ୍ୟାଙ୍ଗଷ୍ଟର ଅନିଲ ଦୁଜାନା ବାଦଲପୁରର ଦୁଜାନା ଗାଁର ବାସିନ୍ଦା ଥିଲା। ଦୁଜାନାର ପ୍ରକୃତ ନାମ ଅନିଲ ନାଗର | ଅନିଲ ଦୁଜାନା ବିରୋଧରେ ପ୍ରଥମ ହତ୍ୟା ମାମଲା ୨୦୦୨ ମସିହାରେ ଗାଜିଆବାଦରେ ରୁଜୁ ହୋଇଥିଲା। ତା’ ବିରୋଧରେ ହତ୍ୟା, ଡକାୟତି, ଜମି ଦଖଲ, ବଟି ଆଦାୟ ଆଦି ମାମଲା ଥିଲା।

Exit mobile version