Site icon ଆଜିକାଲି

‘ଆଦିପୁରୁଷ’ର ନୂଆ ଅଡିଓ ପୋଷ୍ଟର ରିଲିଜ୍‌, ଅଡିଓ ଟିଜର ପ୍ରଦର୍ଶିତ

ମୁମ୍ଵାଇ : ପ୍ରଭାସ ଏବଂ କ୍ରିତି ସାନନଙ୍କ ଆଗାମୀ ଚଳଚ୍ଚିତ୍ର ‘ଆଦିପୁରୁଷ’ । ଗତ କିଛି ସମୟ ହେବ ଚର୍ଚ୍ଚାରେ ଅଛି । ଫିଲ୍ମ ରିଲିଜ୍ ପାଇଁ ଅଧିକ ସମୟ ନାହିଁ। ଏଭଳି ପରିସ୍ଥିତିରେ ନିର୍ମାତାମାନେ ଫିଲ୍ମ ସହ ଜଡିତ ନୂଆ ନୂଆ ପୋଷ୍ଟର ଦର୍ଶକଙ୍କ ସାମ୍ନାକୁ ଆଣୁଛନ୍ତି। ବର୍ତ୍ତମାନ ସୀତା ନବମୀର ଶୁଭ ଅବସରରେ ‘ଆଦିପୁରୁଷ’ର ନିର୍ମାତା ଏକ ନୂଆ ମୋସନ ପୋଷ୍ଟର ପ୍ରକାଶ କରିଛନ୍ତି। ଏହା ସହିତ ଫିଲ୍ମର ଅଡିଓ ଟିଜର ମଧ୍ୟ ‘ରାମ ସିୟା ରାମ’ ଗୀତ ସହିତ ପ୍ରଦର୍ଶିତ ହୋଇଛି ।

ଓମ ରାଉତଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଆଦିପୁରୁଷ’ରୁ ପ୍ରଭାସ ଏବଂ କ୍ରିତି ସାନନଙ୍କ ଅଲଗା ଅଲଗା ଅଡିଓ ଏବଂ ଭିଡିଓ ସାମ୍ନାକୁ ଆସିଛି। ସୀତା ନବମୀ ଅବସରରେ ପ୍ରଭାସ ଏବଂ କ୍ରିତି ସାନନଙ୍କ ସହ ‘ରାମ ସିୟା ରାମ’ର ଅଡିଓ ଟିଜର ମୁକ୍ତିଲାଭ କରିଛି। ଭିଡିଓ ପୋଷ୍ଟର ସେୟାର କରି କ୍ରିତି ସାନନ କ୍ୟାପସନରେ ମାତା ସୀତାଙ୍କ ନିଃସ୍ୱାର୍ଥପରତା ଏବଂ ଶୁଦ୍ଧତା ବିଷୟରେ ବର୍ଣ୍ଣନା କରିବା ସହ ଅଡିଓ ଟିଜରକୁ ୬ଟି ବିଭିନ୍ନ ଭାଷାରେ କ୍ୟାପସନରେ ‘ଜୟ ସିୟା ରାମ’ ଲେଖି ସେୟାର କରିଥିଲେ।

ଏହି ଅଡିଓ ଟିଜର ଭିଡିଓ ଫର୍ମାଟରେ ଅଛି। ଯେଉଁଥିରେ ଦେଖାଯାଏ ଯେ ଜାନକୀ ଚରିତ୍ର କ୍ରିତି ସାନନଙ୍କ ଆଖିରେ ଲୁହ ଦେଖିବାର ମିଳିଛି। ଯେତେବେଳେ କି, ପ୍ରଭାସ ତାଙ୍କ ହାତରେ ଧନୁ ଧରି ଶ୍ରୀରାମଙ୍କ ରୂପରେ ଠିଆ ହୋଇଛନ୍ତି । ‘ଆଦିପୁରୁଷ’ ରିଲିଜ୍ ପାଇଁ ଅଧିକ ସମୟ ନାହିଁ । ଏହି ଫିଲ୍ମ ୧୬ ଜୁନରେ ପ୍ରେକ୍ଷାଳୟକୁ ଆସିବ । ପ୍ରଭାସ ଏବଂ କ୍ରିତି ସାନନଙ୍କ ବ୍ୟତୀତ ଦେବଦତ୍ତ ଗଜାନନ ନାଗେ ଏବଂ ସୈଫ ଅଲି ଖାନ ମଧ୍ୟ ଏହି ସିନେମାରେ ମୁଖ୍ୟ ଭୂମିକାରେ ନଜର ଆସିବେ।

Exit mobile version