Site icon ଆଜିକାଲି

ମହାରାଷ୍ଟ୍ର ନିର୍ବାଚନ : ଲଢ଼ିବନି ଆମ ଆଦମୀ ପାର୍ଟି, ମହାବିକାଶ ଅଘାଡ଼ି ପାଇଁ ପ୍ରଚାର କରିବେ କେଜ୍ରିୱାଲ

ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ପ୍ରତିଦ୍ଵନ୍ଦ୍ଵିତା କରିବ ନାହିଁ ଆମ ଆଦମୀ ପାର୍ଟି (ଆପ)। ଏନେଇ ଦଳର ଆଧିକାରୀକ ସୋଶାଲ ମିଡିଆ ହ୍ୟାଣ୍ଡେଲ ‘ଏକ୍ସ’ରେ ଘୋଷଣା କରାଯାଇଛି। ତେବେ ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ମହାବିକାଶ ଅଘାଡ଼ି (ଶିବସେନା ଉଦ୍ଧବ ଗୋଷ୍ଠୀ, ଏନସିପି ଏସସିପି ଓ କଂଗ୍ରେସ) ମେଣ୍ଟର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ବୋଲି ଦଳ ପକ୍ଷରୁ କୁହାଯାଇଛି।

ଏହା ପୂର୍ବରୁ ଆଲୋଚନା ହେଉଥିଲା ଯେ, ଆମ ଆଦମୀ ପାର୍ଟି ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ପ୍ରତିଦ୍ଵନ୍ଦ୍ଵିତା କରିପାରେ। ଏପରିକି ଗୋଟିଏ ଆସନରେ ଦଳ ନିଜ ପ୍ରାର୍ଥୀଙ୍କୁ ଓହ୍ଲାଇବାକୁ ଆଲୋଚନା ମଧ୍ୟ କରିଥିଲା। ମହାରାଷ୍ଟ୍ରର କେବଳ ମାଲବାର ହିଲ୍ ଆସନରୁ ପ୍ରାର୍ଥୀ ଦେବାକୁ ଯୋଜନା କରିଥିଲା ବୋଲି ଅନେକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ହେଲେ ବର୍ତ୍ତମାନ ମହାରାଷ୍ଟ୍ର ନିର୍ବାଚନରେ ପ୍ରତିଦ୍ଵନ୍ଦ୍ଵିତା କରିବ ନାହିଁ ବୋଲି ଦଳ ପକ୍ଷରୁ ଔପଚାରିକ ଘୋଷଣା କରାଯାଇଛି।

Exit mobile version