Site icon ଆଜିକାଲି

ଅମୀର ଖାନଙ୍କ ମା’ ଜିନତ୍‌‌ଙ୍କୁ ହୃଦଘାତ

ମୁମ୍ଵାଇ : ବଲିଉଡ ଷ୍ଟାର ଅମୀର ଖାନଙ୍କ ମା’ ଜିନତ୍‌‌ଙ୍କୁ ହୃଦଘାତ। ତାଙ୍କୁ ମୁମ୍ବାଇର ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲାରେ ଭର୍ତ୍ତି କର।।ଇଥିଲା । ଖବର ଅନୁାଯାୟୀ ଅମୀର ଦୀପାବଳି ପାଇଁ ତାଙ୍କ ପଞ୍ଚଗାନି ଘରେ ଥିଲେ । ସେତେବେଳେ ତାଙ୍କ ମାଆଙ୍କର ହୃଦଘାତ୍ ଆସିଥିଲା । ଅମୀରଙ୍କ ବ୍ୟତୀତ ପରିବାର ଅନ୍ୟ ସଦସ୍ୟ ବି ସେଠାରେ ପହଞ୍ଚିଥିଲେ । ବର୍ତ୍ତମାନ ତାଙ୍କ ମା’ଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଇଛି ।

ଇଟାଇମସ୍‌ ରିପୋର୍ଟ ଅନୁଯାୟୀ ଅମୀରଙ୍କ ମା’ ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ତାଙ୍କ ଅବସ୍ଥା ଏବେ ସ୍ଥିର ଅଛି। କିନ୍ତୁ ଅମୀରଙ୍କ ପରିବାର ନିଶ୍ଚିତ କରି କହିଛନ୍ତି କି ଯେମିତି କୌଣସି ସୂଚନା ବାହାରକୁ ନଯାଉ। ପରିସ୍ଥିତିକୁ ଦେଖି ପରିବାର ଚାହୁଁଛି କି ଜିନତ୍‌ଙ୍କ ସ୍ଵାସ୍ଥ୍ୟକୁ ନେଇ କୌଣସି ଗୁଜବ ପ୍ରଚାର ନହେଉ । ୱାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ କିଛି ଦିନ ପୂର୍ବ ତାଙ୍କ ଫିଲ୍ମ ଲାଲ୍‌ ସିଂ ଚଢା ରିଲିଜ୍‌ ହୋଇଥିଲା । ଯାହା ବକ୍ସଅଫିସ୍‌ରେ ଫ୍ଲପ୍‌ ସାବ୍ୟସ୍ତ ହୋଇଥିଲା। ଆଗକୁ ତାଙ୍କର ଆଉ ଏକ ଫିଲ୍ମ ଆସୁଛି। ଯାହା ସ୍ପେନ୍‌ ଫିଲ୍ମର ରିମେକ୍‌ ଅଟେ। ଏହାର ନିର୍ଦ୍ଦେଶନା ଦେବେ ଆର୍‌‌.ଏସ୍‌ ପ୍ରସନ୍ନ ।

Exit mobile version