Site icon ଆଜିକାଲି

୧୯୯୩ ସିରିଜ୍ ବୋମା ବିସ୍ଫୋରଣ ମାମଲାରେ ଅବଦୁଲ କରିମ ଟୁଣ୍ଡା ଦୋଷମୁକ୍ତ

ଜୟପୁର: ରାଜସ୍ଥାନର ଆଜମେରର ଏକ ‘ଟାଡା’ କୋର୍ଟ ୧୯୯୩ ସିରିଜ୍ ବୋମା ବିସ୍ଫୋରଣ ମାମଲାରେ ଆତଙ୍କବାଦୀ ଅବଦୁଲ କରିମ ଟୁଣ୍ଡାକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଏହି ମାମଲାର ଅନ୍ୟ ଦୁଇ ଅଭିଯୁକ୍ତ ଇରଫାନ୍ ଏବଂ ହେମିଦୁଦ୍ଦିନଙ୍କୁ ଆଜୀବନ ଜେଲ୍ ହୋଇଛି ।

ସିରିଜ୍ ବୋମା ବିସ୍ଫୋରଣରେ ସମ୍ପୃକ୍ତି ନେଇ ଟୁଣ୍ଡା ବିରୋଧରେ କୌଣସି ପ୍ରତ୍ୟକ୍ଷ ପ୍ରମାଣ ନାହିଁ । ତେଣୁ ତାଙ୍କୁ ଦୋଷମୁକ୍ତ କରାଯାଇଛି ବୋଲି କୋର୍ଟ ତାଙ୍କ ରାୟରେ କହିଛନ୍ତି ।

ଅଯୋଧ୍ୟା ବାବ୍ରି ମସଜିଦ ଭଙ୍ଗ ଘଟଣାର ବାର୍ଷିକୀରେ ୧୯୯୩ରେ ଲକ୍ଷ୍ନୌ, କୋଟା, ହାଇଦ୍ରାବାଦ, ସୁରଟ, କାନପୁର ଓ ମୁମ୍ବାଇର କିଛି ଟ୍ରେନରେ ସିରିଜ୍ ବୋମା ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ କରିମ ଟୁଣ୍ଡା ଅନ୍ୟତମ ଅଭିଯୁକ୍ତ ଥିଲା। ତାକୁ ନେପାଳ ସୀମାରୁ ଗିରଫ କରାଯାଇଥିଲା । ସିବିଆଇ ଟୁଣ୍ଡାକୁ ଏହି ମାମଲାର ମାଷ୍ଟରମାଇଣ୍ଡ ବୋଲି କହିଥିଲା ।

Exit mobile version