Site icon ଆଜିକାଲି

ରାଉରକେଲାରେ ହଇଜା ନିୟନ୍ତ୍ରଣ ପାଇଁ ଆକ୍ସନ ପ୍ଲାନ: ୨୪ ଘଣ୍ଟା ଖୋଲାରହିବ ୧୦ଟି ପିଏଚସି

ରାଉରକେଲା : ରାଉରକେଲାରେ ହଇଜା ନିୟନ୍ତ୍ରଣ ପାଇଁ ଆକ୍ସନ ପ୍ଲାନ। ଦୁଇ ତିନି ଦିନରେ ନିୟନ୍ତ୍ରଣ ହେବ ସଂକ୍ରମଣ । ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା ଆଉ ବୃଦ୍ଧି ପାଉନାହିଁ। ପରିସ୍ଥିତି ଏବେ ନିୟନ୍ତ୍ରଣକୁ ଆସୁଛି। ରାଉରକେଲାରେ ବ୍ୟାପିଥିବା ହଇଜା ସଂକ୍ରମଣ ସ୍ଥିତିର ସମୀକ୍ଷା କରିଛନ୍ତି ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଓ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର।

ଆସନ୍ତା ୨ରୁ ୩ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ସଂପୂର୍ଣ୍ଣ କମିବା ଆଶା ରହିଥିବା କହିଛନ୍ତି ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ। ରାଉରକେଲା ସରକାରୀ ଡାକ୍ତରଖାନାରେ ପହଞ୍ଚି ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରିବୁଝିବା ସହ ଚିକିତ୍ସା ବ୍ୟବସ୍ଥା ନେଇ ଜିଲ୍ଲା ପ୍ରଶାସନ ଓ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ୧୦ଟି ପିଏଚସି ୨୪ ଘଣ୍ଟା ଖୋଲା ରହିବ। ରାତିରେ ଆକ୍ରାନ୍ତ ଆସିଲେ ମଧ୍ୟ ଚିକିତ୍ସା ଯୋଗାଇ ଦିଆଯିବ। ହଇଜା ବ୍ୟାପିବାର କାରଣ ଖୋଜିବାକୁ ଏସସିବି ମେଡିକାଲ କଲେଜ ଓ ଆରଏମଆରସିର ଏକ ଟିମ୍ ରାଉରକେଲା ଗସ୍ତ କରିବ ବୋଲି କହିଛନ୍ତି ଶାଳିନୀ ପଣ୍ଡିତ।

Exit mobile version