Site icon ଆଜିକାଲି

ଛାତିରେ ଯନ୍ତ୍ରଣା ପରେ ଅଭିନେତା ଅନ୍ନୁ କପୁର ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ : ବରିଷ୍ଠ ଅଭିନେତା ଅନ୍ନୁ କପୁର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ଗତକାଲି ରାତିରେ ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହୃଦରୋଗ ବିଶେଷଜ୍ଞ ଡାକ୍ତର ସୁଶାନ୍ତ ଭଟ୍ଟାଲଙ୍କ ତତ୍ତ୍ଵାବଧାନରେ ଏହି ୬୬ ବର୍ଷୀୟ ଅଭିନେତାଙ୍କ ଚିକିତ୍ସା ଚଲାଛି ।

ସୂଚନା ଅନୁଯାୟୀ, ଅନ୍ନୁଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ଏବଂ ସୁଧୁରୁଛି । ଅନ୍ନୁ ଏକାଧାରରେ ଜଣେ ଅଭିନେତା, ଗାୟକ, ନିର୍ଦ୍ଦେଶକ, ରେଡିଓ ଜକି ଏବଂ ଟିଭି ହୋଷ୍ଟ ମଧ୍ୟ | ସେ ଲୋକପ୍ରିୟ ଟିଭି ଶୋ ‘ଅନ୍ତାକ୍ଷରୀ’ର ମଧ୍ୟ ହଷ୍ଟିଂ କରିଛନ୍ତି ।

Exit mobile version