Site icon ଆଜିକାଲି

ଡାକ୍ତରଖାନାରେ ଭର୍ତ୍ତି ହେଲେ ଅଭିନେତା କମଲ ହାସନ୍‌

ଚେନ୍ନାଇ : ଅସୁସ୍ଥତା ଯୋଗୁଁ ଚେନ୍ନାଇ ସ୍ଥିତ ଶ୍ରୀରାମଚନ୍ଦ୍ର ମେଡିକାଲ୍ ସେଣ୍ଟର୍‌ରେ ଭର୍ତ୍ତି ହେଲେ ଅଭିନେତା ଉଲଗନାୟଗନ୍‌ କମଲ ହାସନ୍‌ । ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ନିମନ୍ତେ ବୁଧବାର ସନ୍ଧ୍ୟାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେ ଜ୍ବରରେ ପୀଡ଼ିତ ଥିବାରୁ ତାଙ୍କୁ ଔଷଧ ଦିଆଯାଇଛି। ଦୁଇ ଦିନ ସମ୍ପୂର୍ଣ୍ଣ ବିଶ୍ରାମ ନେବା ପାଇଁ ଡାକ୍ତରମାନେ ତାଙ୍କୁ ପରାମର୍ଶ ଦେଇଛନ୍ତି। ଗୁରୁବାର ତାଙ୍କୁ ଡାକ୍ତରଖାନାରୁ ‘ଡିସ୍‌ଚର୍ଜ’ କରାଯିବ।

ନିକଟରେ ସେ ତାଙ୍କ ଗୁରୁ ତଥା ପ୍ରଖ୍ୟାତ ନିର୍ଦେଶକ କେ. ବିଶ୍ବନାଥଙ୍କୁ ହାଇଦ୍ରାବାଦରେ ଭେଟିଥିଲେ। ଦୁହିଁଙ୍କର ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେଉଛି। ନଭେମ୍ବର ୨୩ରେ ହାଇଦ୍ରାବାଦରୁ ଫେରିବା ପରେ ୬୮ ବର୍ଷିୟ କମଲ୍‌ ହାସନ୍‌ ଅଶ୍ବସ୍ତି ଅନୁଭବ କରୁଥିଲେ ଏବଂ ତାଙ୍କୁ ସାମାନ୍ୟ ଜ୍ବର ବି ହୋଇଥିଲା। ତେଣୁ, ଚିକିତ୍ସା ନିମନ୍ତେ ତାଙ୍କୁ ଉପରୋକ୍ତ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଗୋଟାଏ ଡାକ୍ତରୀ ଦଳ ତାଙ୍କର ତତ୍ତ୍ବାବଧାନ କରୁଛନ୍ତି।

Exit mobile version