Site icon ଆଜିକାଲି

ଦିଲ୍ଲୀ ପୋଲିସର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ଅଭିନେତ୍ରୀ ଜ୍ୟାକଲିନ

ନୂଆଦିଲ୍ଲୀ: ଫିଲ୍ମ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ୨୦୦ କୋଟି ଟଙ୍କା ଟଙ୍କା ହେରଫେର ମାମଲାରେ ଦିଲ୍ଲୀ ପୋଲିସର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ଏହି ୨୦୦ କୋଟି ଟଙ୍କା ହେରଫେର ମାମଲାରେ ଜ୍ୟାକଲିନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ ଜାରି କରିଥିଲା। ସମନ ପାଇବା ପରେ ଆଜି ଜ୍ୟାକଲିନ ଦିଲ୍ଲୀର ମନ୍ଦିର ମାର୍ଗ ସ୍ଥିତ କାର୍ଯ୍ୟାଳୟରେ ହାଜର ହୋଇଥିଲେ।

ମିଳିଥିବା ସୂଚନା ମୁତାବକ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଦିଲ୍ଲୀ ପୋଲିସ ଜେରା ଆରମ୍ଭ କରିଦେଇଛି। କାର୍ଯ୍ୟାଳୟରେ ହାଜର ହେବା ପରେ ଜ୍ୟାକଲିନ ରେଜିଷ୍ଟ୍ରାରରେ ଦସ୍ତଖତ କରିଥିଲେ। ତେବେ ମିଳିଥିବା ସୂଚନା ମୁତାବକ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ପୋଲିସ ଜେରା କରୁଛି। ଗୋଟିଏ ଘରେ ପୋଲିସ ଜେରା କରୁଥିବା ଜଣାପଡ଼ିଛି। ଏହି ସମୟରେ ଜ୍ୟାକଲିନଙ୍କୁ ପିଙ୍କି ଇରାନୀଙ୍କ ସହିତ ସାମ୍ନାସାମ୍ନି ବସାଇ ଜେରା କରୁଥିବା ଦେଖିବାକୁ ମିଳିଛି।

ଦିଲ୍ଲୀ ପୋଲିସ ଠକ ସୁକେଶ ଚନ୍ଦ୍ରଶେଖର ମାମଲାରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ସହିତ ସମ୍ପର୍କ ଓ ସୁକେଶ ଦେଇଥିବା ଉପହାର ସମ୍ପର୍କରେ ଅଧିକ ଖୋଳତାଡ଼ କରୁଛି। ତେବେ ସୁକେଶ ସହିତ କିପରି ଦେଖା ହୋଇଥିଲା, ସୁକେଶଙ୍କୁ କାହା ଦ୍ୱାରା ଭେଟିଥିଲେ ତାହା ଉପରେ ମଧ୍ୟ ପୋଲିସ ଜେରା କରିପାରେ। ଏପରିକି ସୁକେଶ ତାଙ୍କୁ କେବେଠାରୁ ଉପହାର ଦେବା ଆରମ୍ଭ କରିଥିଲେ। ସେହିପରି ଲିନାଙ୍କ ସହିତ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ସମ୍ପର୍କରେ କିପରି ଆସିଲେ ତାହା ଉପରେ ମଧ୍ୟ ଜେରା କରିବାର ସମ୍ଭାବନା ରହିଛି। ଏହା ସହିତ ପିଙ୍କିଙ୍କୁ ମଧ୍ୟରେ ହାଜର ହେବାକୁ ସମନ ଜାରି ହୋଇଛି।

Exit mobile version