Site icon ଆଜିକାଲି

୪୧ ବର୍ଷରେ ଅଭିନେତ୍ରୀ କରୀନା କପୁର ଖାନ

ମୁମ୍ବାଇ : ବଲିଉଡର କପୁର ପରିବାରର ‘ବେବୋ’ ଏବଂ ରୀଲ ଦୁନିଆରେ ‘ପୁ’ କୁହାଯାଉଥିବା କରୀନା କପୁର ଖାନଙ୍କର ଆଜି ଜନ୍ମଦିନ। ଆଜି ସେ ୪୧ ବର୍ଷରେ ପଦାର୍ପଣ କରିଛନ୍ତି । ତଥାପି ବଲିଉଡରେ ନିଜର ନୂଆ ଟ୍ରେଣ୍ଡ ବଜାୟ ରଖିବାରେ ସେ ଅନେକ ଅଭିନେତ୍ରୀଙ୍କୁ ପକାଇ ଦିଅନ୍ତି ପଛରେ । ଅନେକ ବ୍ଲକବ୍ଲଷ୍ଟର ଫିଲ୍ମରେ ନିଜର ସୁନ୍ଦର ଅଭିନୟ କରିଥିବା କରୀନା କପୁର ବଲିଉଡର ଟପ୍ ୫ ହାଇଏଷ୍ଟ ପେଡ୍ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ।

କପୁର ପରିବାରର ହୋଇଥିବା ସତ୍ତ୍ୱେ ମଧ୍ୟ କରୀନା ଫିଲ୍ମକୁ ଆସିବା ପୂର୍ବରୁ ବହୁତ ଷ୍ଟ୍ରଗଲ କରିଛନ୍ତି। କଠିନ ପରିଶ୍ରମ ପରେ ସେ ସଫଳତା ପାଇଛନ୍ତିି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ କରୀନା ଧରୁଥିବା ପର୍ସର ମୂଲ୍ୟ ଜଣେ ମଧ୍ୟମ ବର୍ଗର ଲୋକଙ୍କ କାର ଦାମ ସହିତ ସମାନ। ସେହିପରି ବଲିଉଡରେ କରୀନା ନାମ ସହିତ ବହୁତ ଅଭିନେତାଙ୍କ ନାମ ଯୋଡା ଯାଇଛି। ଖବର ଅୁନଯାୟୀ କରୀନା ସୈଫଙ୍କୁ ବାହା ହେବା ପୂର୍ବରୁ ସାହିଦ କପୁରଙ୍କୁ ଭଲ ପାଉଥିଲେ। ସେହିପରି ବଲିଉଡର ଆହୁରି କଳାକାରଙ୍କ ସହିତ ତାଙ୍କ ନାମ ଯୋଡା ଯାଇଛି।

Exit mobile version