Site icon ଆଜିକାଲି

୯ ଦିନ ପରେ ହସ୍ପିଟାଲ୍‌ରୁ ଡିସଚାର୍ଜ ହେଲେ ଅଭିନେତ୍ରୀ ମୌନୀ ରୟ

ମୁମ୍ଵାଇ : ହସ୍ପିଟାଲ୍‌ରୁ ଡିସଚାର୍ଜ ହେଲେ ଅଭିନେତ୍ରୀ ମୌନୀ ରୟ । ଗତ କିଛି ଦିନ ହେବ ସେ ଅସୁସ୍ଥ ଥିଲେ। ଅଭିନେତ୍ରୀ ନିଜେ ତାଙ୍କର ଏକ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ଏଥିରେ କିଛି ଫଟୋ ସେୟାର କରି ସେ କହିଛନ୍ତି ଯେ ତାଙ୍କୁ ଗତ ୯ ଦିନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ସେ ଡିସଚାର୍ଜ ହୋଇ ଘରକୁ ଫେରିଛନ୍ତି। ତେବେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବାର କାରଣ ଏପର୍ଯ୍ୟନ୍ତ ସେ ପ୍ରକାଶ କରି ନାହାଁନ୍ତି। ଏହି ଫଟୋରେ ସ୍ୱାମୀ ସୁରଜ ମଧ୍ୟ ମୌନୀଙ୍କ ସହ ନଜର ଆସିଛନ୍ତି।

Exit mobile version