Site icon ଆଜିକାଲି

୨୦୦ କୋଟି ଠକେଇ ମାମଲାରେ ଅଭିନେତ୍ରୀ ନୋରା ଫତେହିଙ୍କୁ ୬ ଘଣ୍ଟା ଜେରା

ନୂଆଦିଲ୍ଲୀ: ସୁକେଶ ଚନ୍ଦ୍ରଶେଖର ସହ ଜଡ଼ିତ ୨୦୦ କୋଟି ଠକେଇ ମାମଲାରେ ବଲିଉଡ୍ ଅଭିନେତ୍ରୀ ନୋରା ଫତେହିଙ୍କୁ ଦିଲ୍ଲୀ ପୋଲିସ ପ୍ରାୟ ୬ ଘଣ୍ଟା ଧରି ପଚରାଉଚରା କରିଛି। ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଦ୍ୱାରା ନୋରା ଫତେହିଙ୍କୁ ଜେରା କରାଯାଇଛି । ଏହି ମାମଲାରେ ଦିଲ୍ଲୀ ପୋଲିସ ପୁଣି ୧୨ ସେପ୍ଟେମ୍ବରରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ପଚରାଉଚରା କରିବ। ଯଦି ଆବଶ୍ୟକ ହୁଏ, ନୋରାଙ୍କୁ ମଧ୍ୟ ପୁଣି ପଚରାଉଚରା ପାଇଁ ଡକାଯାଇପାରେ ବୋଲି ଦିଲ୍ଲୀ ପୋଲିସ ସୂତ୍ରରୁ ଜଣାପଡ଼ିଛି |ପୂର୍ବରୁ ଇଡି ମଧ୍ୟ ମନି ଲଣ୍ଡରିଂ ମାମଲାରେ ସୁକେଶ ଚନ୍ଦ୍ରଶେଖର ଏବଂ ନୋରା ଫତେହିଙ୍କୁ ଜେରା କରିଥିଲା। ଏହି ମାମଲାରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଇଡି ଅନ୍ୟତମ ଅଭିଯୁକ୍ତ ଭାବେ ନାମିତ କରିଛି।

Exit mobile version