Site icon ଆଜିକାଲି

ସୁଟିଂ ସେଟ୍‌ରେ ଆହତ ହେଲେ ଅଭିନେତ୍ରୀ ସାମନ୍ଥା

ନୂଆଦିଲ୍ଲୀ : ସୁଟିଂ ସେଟ୍‌ରେ ଆହାତ ହେଲେ ଅଭିନେତ୍ରୀ ସାମନ୍ଥା । ଆକ୍ସନ୍ ଥ୍ରୀଲର ୱେବ୍ ସିରିଜ ‘ସିଟାଡେଲ୍‌’ର ଇଣ୍ଡିଆନ୍ ଭର୍ସନ ପାଇଁ ସୁଟିଂର ଏକ ଆକ୍ସନ୍ ସିନ୍‌ର ସୁଟିଂ ବେଳେ ଏକ ଦୁର୍ଘଟଣା ଘଟିଛି। ଏହାର ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ସୂଚନା ଦେଇଛନ୍ତି।

ସାମନ୍ଥା ତାଙ୍କ ଜୀବନର ପ୍ରତ୍ୟେକ ଅପଡେଟ୍‌କୁ ଫ୍ୟାନ୍ସଙ୍କ ସହ ସେୟାର କରିବାକୁ ଭୁଲନ୍ତିନି। ବର୍ତ୍ତମାନ ଅଭିନେତ୍ରୀ ସୋସିଆଲ ମିଡିଆରେ ଆହତ ହୋଇଥିବା ତାଙ୍କ ହାତର ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ତାଙ୍କ ହାତରେ ଆଘାତର ଚିହ୍ନ ଦେଖାଯାଉଛି। ଫଟୋ ସେୟାର କରି ଅଭିନେତ୍ରୀ କ୍ୟାପସନରେ ଲେଖିଛନ୍ତି, ‘ପର୍କ୍ ଅଫ୍ ଆକ୍ସନ୍’।

Exit mobile version