Site icon ଆଜିକାଲି

୪୧ ବର୍ଷ ବୟସରେ ଅଭିନେତ୍ରୀ ସୁବି ସୁରେଶଙ୍କ ଦେହାନ୍ତ

ମୁମ୍ଵାଇ : ପରଲୋକରେ ମାଲାୟାଲମ୍ କମେଡି ଅଭିନେତ୍ରୀ ତଥା ପ୍ରସିଦ୍ଧ ଟିଭି ହୋଷ୍ଟ ସୁବି ସୁରେଶ। ସୁବି ଯକୃତ ସମ୍ବନ୍ଧୀୟ ରୋଗରେ ପୀଡ଼ିତ ରହି ଦୀର୍ଘଦିନ ଧରି ଚିକିତ୍ସାଧୀନ ଥିଲେ । ବୁଧବାର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ପ୍ରାୟ ୪୧ ବର୍ଷ ବୟସ ହୋଇଥିଲା ।

ସୁବି ମାଲାୟାଲମ୍ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଏକ ଜଣାଶୁଣା ଚେହେରା । ଯିଏକି ସମସ୍ତ ଚଳଚ୍ଚିତ୍ରରେ ତାଙ୍କର ଚମତ୍କାର ପ୍ରଦର୍ଶନ ସହିତ ଦର୍ଶକଙ୍କ ହୃଦୟ ଜିତିଥିଲେ । ସୁବି ମାଲାୟଲମ ଫିଲ୍ମ ଇଣ୍ଡଷ୍ଟ୍ରିରେ ମିମିକ୍ରି କଳାକାର ରୂପେ ଯାତ୍ରା ଆରମ୍ଭ କରିଥିଲେ। ତାଙ୍କ କମେଡି ଶୋ ‘ସିନେମାଲା’ ଖୁବ୍‌ ଚର୍ଚ୍ଚାରେ ଥିଲା । ସେ ଟିଭି ଶୋ’ରେ ଅନେକ ପ୍ରକାରର ଭୂମିକା ଗ୍ରହଣ କରି ଲୋକଙ୍କ ହୃଦୟ ଜିତିଥିଲେ। ତାଙ୍କର ଲୋକପ୍ରିୟତା ହେତୁ ସେ ମାଲାୟାଲମ୍ ଚଳଚ୍ଚିତ୍ରରେ କିଛି ଭୂମିକା ଗ୍ରହଣ କରିଥିଲେ । ବିଶେଷ କରି ସେ ‘ହାପି ହସବ୍ୟାଣ୍ଡ ‘ ଏବଂ ‘କଙ୍କନାସିମହସନମ୍’ ଭଳି ଚଳଚ୍ଚିତ୍ରରେ କମେଡି ରୋଲ ପାଇଁ ବେଶ ଜଣାଶୁଣା ।

Exit mobile version