Site icon ଆଜିକାଲି

ବିଗିଡିଲା ଅଭିନେତ୍ରୀ ଅଦା ଶର୍ମା ସ୍ଵାସ୍ଥ୍ୟ, ହସ୍ପିଟାଲ୍‌ରେ ହେଲେ ଭର୍ତ୍ତି

ମୁମ୍ଵାଇ : ‘କେରଳ ଷ୍ଟୋରୀ’ ପାଇଁ ଚର୍ଚ୍ଚାରେ ଥିବା ଅଭିନେତ୍ରୀ ଅଦା ଶର୍ମାଙ୍କ ସ୍ଵାସ୍ଥ୍ୟବସ୍ଥା ଖରାପ ଅଛି । ଏନେଇ ତାଙ୍କୁ ଡାକ୍ତରଖାବନାରେ ଭର୍ତ୍ତି କରାଯାଇଛି । ଅଭିନେତ୍ରୀଙ୍କୁ ଡାଇରିଆ ଏବଂ ଫୁଡ ପଏଜନ୍‌ ହୋଇଛି। ଏହି ଖବର ଆସିବା ମାତ୍ରେ ପ୍ରଶଂସକମାନେ ଚିନ୍ତିତ ହୋଇ ଅଭିନେତ୍ରୀଙ୍କ ରିକଭରି ପାଇଁ ପ୍ରାର୍ଥନା କରୁଛନ୍ତି।

ମିଡିଆ ରିପୋର୍ଟ ଅନୁଯାୟୀ ଅଦା ଶର୍ମା ତାଙ୍କର ଆଗାମୀ ୱେବ୍ ସିରିଜ୍ ‘କମାଣ୍ଡୋ’ର ପ୍ରମୋସନ ପାଇଁ ଯାଉଥିଲେ। ତା’ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଗଲା। ଏକ ସୋର୍ସରୁ ଜନାପଡିଛି କି ସେ ବହୁତ ଚାପରେ ଥିଲେ ଏବଂ ଦୁର୍ବଳ ଅନୁଭବ କରୁଥିଲେ । ବର୍ତ୍ତମାନ ଏହି ଅଭିନେତ୍ରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ଏବଂ ଡାକ୍ତରଙ୍କ ତତ୍ତ୍ବଧାନରେ ଅଛନ୍ତି।

Exit mobile version