Site icon ଆଜିକାଲି

ଆଦାନୀ-ହିଣ୍ଡେନବର୍ଗ ବିବାଦ: ସେବିକୁ ଆଉ ୬ ମାସ ସମୟ ଦେବାକୁ ରାଜି ନୁହଁନ୍ତି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସେୟାର ମାର୍କେଟରେ ଜାଲିଆତି ଅଭିଯୋଗ ନେଇ ଆଦାନୀ ଗ୍ରୁପ୍ ବିରୋଧରେ ତଦନ୍ତ ପାଇଁ ସେବିକୁ ଆଉ ୬ ମାସ ସମୟ ଦେବାକୁ ସୁପ୍ରିମକୋର୍ଟ ରାଜି ହୋଇନାହାଁନ୍ତି । ୬ ମାସ ବଦଳରେ ଆଉ ତିନି ମାସ ସମୟ ଦିଆଯିବ ବୋଲି ସେବିକୁ କହିଛନ୍ତି ସୁପ୍ରିମକୋର୍ଟ । ଆଦାନୀ ଗ୍ରୁପ୍ ବିରୋଧରେ ଆମେରିକୀୟ କମ୍ପାନୀ ହିଣ୍ଡେନବର୍ଗ ଆଣିଥିବା ଅଭିଯୋଗର ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କଠାରୁ ୬ ମାସ ସମୟ ମାଗିଥିଲା ସେବି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ମେ ୧୫ରେ ହେବ।

ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ ସେବିକୁ କହିଛନ୍ତି, ଆମେ ତଦନ୍ତର ସମୟସୀମା ବଢାଇବୁ କିନ୍ତୁ ୬ ମାସ ନୁହେଁ, ତିନି ମାସ ପାଇଁ।

ସୁପ୍ରିମକୋର୍ଟ ମଧ୍ୟ ଏହି ମାମଲାରେ ୬ ଜଣିଆ କମିଟି ଗଠନ କରିଥିଲେ । ଦୁଇ ମାସ ମଧ୍ୟରେ ରିପୋର୍ଟ ଦେବାକୁ ଏହି କମିଟିକୁ କହିଥିଲେ କୋର୍ଟ। କମିଟି ମେ ୮ରେ ଏକ ବନ୍ଦ ଲଫାପାରେ ନିଜ ରିପୋର୍ଟ ଦାଖଲ କରିଥିଲା। ପ୍ରଧାନ ବିଚାରପତି କହିଛନ୍ତି, ଚଳିତ ସପ୍ତାହ ଶେଷରେ ଆମେ ଏହି ରିପୋର୍ଟ ଦେଖିବୁ |

Exit mobile version