Site icon ଆଜିକାଲି

ବଦଳିଲା ‘ଆଦିପୁରୁଷ’ ରିଲିଜ୍ ଡେଟ

ମୁମ୍ବାଇ : ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଅଭିନୀତି ଫିଲ୍ମ ‘ଆଦିପୁରୁଷ’ । ଏହି ମୁଭିର ଟିଜର ରିଲିଜ ହେବା ପରଠାରୁ କ୍ରମାଗତ ଭାବେ ଚର୍ଚ୍ଚାରେ ରହି ଆସୁଛି ଏହି ଫିଲ୍ମ । ଫିଲ୍ମରେ ବ୍ୟବହାର ହୋଇଥିବା ଭିଏଫଏକ୍ସ ପାଇଁ ଟ୍ରୋଲ କରାଯାଇଥିଲା। କେବଳ ସେତିକି ନୁହେଁ, ଫିଲ୍ମରେ ସୈଫ ଅଲ୍ଲି ଖାନଙ୍କ ଲୁକକୁ ବିରୋଧ କରାଯିବା ସହ ସମାଲୋଚନା କରାଯାଉଛି । ହେଲେ ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି । ‘ଆଦିପୁରୁଷ’ର ରିଲିଜ୍ ଡେଟକୁ ଘୁଞ୍ଚାଇ ଦିଆଯାଇଛି। ହେଲେ ଏନେଇ ନିର୍ମାତାଙ୍କ ପକ୍ଷରୁ କୌଣସି ସୂଚନା ମିଳି ପାରି ନାହିଁ ।

ହେଲେ ବର୍ତ୍ତମାନ ଏହି ଫିଲ୍ମକୁ ନେଇ ବଡ ଅପଡେଟ୍‌ ସାମ୍ନାକୁ ଆସୁଛି। ଏହି ଫିଲ୍ମ ୧୨ ଜାନୁୟାରୀ ୨୦୨୩ରେ ରିଲିଜ୍‌ ହୋଇଥାନ୍ତା। କିନ୍ତୁ ଏବେ ଏହାକୁ ସ୍ଥାଗିତ ରଖାଯାଇଛି। ରିପୋର୍ଟରେ କୁହାଯାଇଛି କି ଫିଲ୍ମର ରିଲିଜ୍ ଡେଟ୍‌ ୨୦୨୩ର ଗ୍ରୀଷ୍ମ ଦିନ ସମୟକୁ ସିଫ୍ଟ କରାଯାଇଛି। ଏହା ହିଁ ଏକ ବଡ ପରିବର୍ତ୍ତନ ହେବ। କିନ୍ତୁ ନିର୍ମାତାମାନେ ଏହା କରିବା ପଛର କାରଣ କ’ଣ?ମିର୍ଚି-୯ର ରିପୋର୍ଟ ଅନୁଯାୟୀ, ଯେଉଁ ସଂକ୍ରାନ୍ତି ସପ୍ତାହରେ ଆଦିପୁରୁଷର ରିଲିଜ୍‌ ହେବ। ସେହି ସମୟରେ ଚିରଞ୍ଜୀବୀଙ୍କ ଫିଲ୍ମ ୱାଲଟ୍‌ଫେୟାର ଭିରାୟା ଏବଂ ନନ୍ଦମୁରୀ ବାଲାକ୍ରିଷ୍ଣନଙ୍କ ଫିଲ୍ମ ଭିରା ସିମହା ରେଡ୍ଡୀ ମଧ୍ୟ ମୁକ୍ତିଲାଭ କରିବ। ଏଥିପାଇଁ ବଦଳାଗଲା।

Exit mobile version