Site icon ଆଜିକାଲି

ଷ୍ଟାଡିୟମରେ ପାକିସ୍ତାନ ସମର୍ଥକଙ୍କୁ ପିଟିଲେ ଆଫଗାନୀ

ଦୁବାଇ : ଏସିଆ କପ-୨୦୨୨ର ସୁପର-୪ ମ୍ୟାଚରେ ଆଫଗାନିସ୍ତାନକୁ ପାକିସ୍ତାନ ଗୋଟିଏ ୱିକେଟରେ ପରାସ୍ତ କରିଛି। ମ୍ୟାଚଟି ଅତ ରୋମାଞ୍ଚୋକ ଥିଲା। କିନ୍ତୁ ଆଫଗାନିସ୍ତାନ ବନାମ ପାକିସ୍ତାନ ମ୍ୟାଚ ଶେଷ ହେବା ପରେ ଏକ ଲଜ୍ଜାଜନକ ଦୃଶ୍ୟ ଦେଖିବାକୁ ମିଳିଛି। ପଡିଆରେ ଉଭୟ ଦେଶର ଖେଳାଳି ମୁହାମୁହିଁ ହୋଇଥିବା ବେଳେ ଷ୍ଟାଡିୟମରେ ସେମାନଙ୍କ ସମର୍ଥଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଛି। ଆଫଗାନିସ୍ତାନ ସମର୍ଥକମାନେ ପାକିସ୍ତାନ ସମର୍ଥକଙ୍କୁ ନିର୍ଧୁମ ପିଟିଛନ୍ତି। ଏପରିକି ସାରଜା ଅନ୍ତର୍ଜାତୀୟ ଷ୍ଟାଡିୟମରେ ଭାଙ୍ଗାରୁଜା ମଧ୍ୟ ହୋଇଛି। ଯାହାର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଘଟଣାକୁ କ୍ରିକେଟପ୍ରେମୀମାନେ କଡା ନିନ୍ଦା କରିଛନ୍ତି।

ଆଫଗାନିସ୍ତାନକୁ ହରାଇ ପାକିସ୍ତାନ, ଏସିଆ କପ ୨୦୨୨ ଫାଇନାଲର ଦ୍ୱାର ଦେଶରେ ପହଞ୍ଚିଛି। ବୁଧବାର ଗୋଟିଏ ୱିକେଟରେ ଆଫଗାନକୁ ପାକ୍ ପରାସ୍ତ କରିଛି। କିନ୍ତୁ ମ୍ୟାଚର ଶେଷ ଓଭରରେ ଦୁଇ ଦେଶର ଖେଳାଳି ମୁହାମୁହିଁ ହୋଇଥିଲେ। ପ୍ରଥମ ଇଂନିସର ୨୦ ଓଭରରେ ଆଫଗାନିସ୍ତାନ ୬ ୱିକେଟ ହରାଇ ୧୨୯ ରନ କରିଥିଲା। ୧୯.୨ ଓଭରରେ ପାକିସ୍ତାନ ୧୩୧ ରନ କରି ଏହି ମ୍ୟାଚକୁ ଜିତିନେଇଛି। ଫଜଲହକ୍ ଫାରୁକିଙ୍କ ବଲରେ ଛକା ମାରି ନସିମ ଶାହା ଟିମକୁ ଫାଇନର ଦ୍ୱାରଦେଶରେ ପହଞ୍ଚାଇଛନ୍ତି। କିନ୍ତୁ ୱିନିଂ ସଟ୍ ପରେ ଗ୍ରାଉଣ୍ଡରେ ଫଜଲହକ୍ ଓ ନସିମଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ନସିମ ମାରିବା ପାଇଁ ବ୍ୟାଟ ମଧ୍ୟ ଉଠାଇଥିଲେ। ପରେ ସାଥି ଖେଳାଳିଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ନିୟନ୍ତ୍ରଣାଧିନକୁ ଆସିଥିଲା।

Exit mobile version