Site icon ଆଜିକାଲି

ଦକ୍ଷିଣ ଆଫ୍ରିକା ଆଗରେ ୨୪୫ ରନର ଲକ୍ଷ୍ୟ ରଖିଲା ଆଫଗାନିସ୍ତାନ

ଅହମଦାବାଦ : ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଚାଲିଥିବା ବିଶ୍ବକପର ୪୨ତମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଆଗରେ ୨୪୫ ରନର ଲକ୍ଷ୍ୟ ରଖିଛି ଆଫଗାନିସ୍ତାନ ।

ଏହି ମ୍ୟାଚରେ ଆଫଗାନିସ୍ତାନ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଆଫଗାନିସ୍ତାନର ଦୁଇ ଓପନର ରେହମାନୁଲ୍ଲା ଗୁରବାଜ ଓ ଇବ୍ରାହିମ ଜଦ୍ରାନ ଭଲ ଆରମ୍ଭ କରିଥିଲେ । କିନ୍ତୁ ୪୧ ରନରେ ଦଳ ପ୍ରଥମ ଓ୍ବିକେଟ ହରାଇଥିଲା । ସ୍କୋର ୪୫ ହେଉ ହେଉ ଦଳ ୩ଟି ଓ୍ବିକେଟ ହରାଇସାରିଥିଲା । ସ୍କୋର ୧୧୬ ଥିବାବେଳେ ଦଳ ୬ଟି ଓ୍ବିକେଟ ହରାଇଥିଲା । ତେବେ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଅଜମାତୁଲ୍ଲା ଓମରଜାଇ ଗୋଟିଏ ପଟେ ଲଢୁଆ ବ୍ଯାଟିଂ ଜରି ରଖିଥାନ୍ତି । ସେ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ୯୭ ରନ କରିଥିଲେ । ନୁର ଅହମ୍ମଦ ଓ ରହମତ ଶାହ ୨୬ ରନ ଲେଖାଏଁ କରିଥିଲେ । ଆଫଗାନିସ୍ତାନ ନିର୍ଦ୍ଧାରିତ ୫୦ ଓଭରରେ ୨୪୪ ରନ କରି ଅଲଆଉଟ ହୋଇଯାଇଥିଲା ।

ଦକ୍ଷିଣ ଆଫ୍ରିକା ପକ୍ଷରୁ ଗେରାଲ୍ଡ କୋଟଜି ୪ଟି ଓ୍ବିକେଟ ନେଇଥିବାବେଳେ ଲୁଙ୍ଗି ଏନଗିଡି ଓ କେଶବ ମହାରାଜ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

Exit mobile version