Site icon ଆଜିକାଲି

ଡିସେମ୍ବର ୧ରେ ହେବ ଅଫତାବର ନାର୍କୋ ଟେଷ୍ଟ

New Delhi, Nov 14 (ANI): Delhi Police arrested a man, Aftab Amin Poonawalla, in the allegations of chopping his live-in partner, Shraddha Walker, on Monday, as per report, the accused had watched many crime movies and web series for disposing of her body at the different places in Delhi. (ANI Photo)

ନୂଆଦିଲ୍ଲୀ: ଶ୍ରଦ୍ଧା ହତ୍ୟାକାଣ୍ଡର ଅଭିଯୁକ୍ତ ଅଫତାବ ପୁନାୱାଲାର ନାର୍କୋ ଟେଷ୍ଟକୁ ମଞ୍ଜୁରୀ ମିଳିଯାଇଛି । ଫଳରେ ଅଫତାବର ନାର୍କୋ ଟେଷ୍ଟ ଡିସେମ୍ବର ୧ରେ ହେବ । ପୁନାୱାଲାକୁ ନେଇ ଯାଉଥିବା ପୁଲିସ ଭ୍ୟାନ ଉପରେ ଗତ ସୋମବାର ଆକ୍ରମଣ ହୋଇଥିଲା । ପରେ ଆକ୍ରମଣ କରିଥିବା ଲୋକଙ୍କୁ ପୁଲିସ ଗିରଫ କରିଥିଲା । ଅଭିଯୁକ୍ତଦ୍ୱୟ ନିଜକୁ ହିନ୍ଦୁସେନାର ବୋଲି କହିଥିଲେ । ସେଥିମଧ୍ୟରୁ ଜଣଙ୍କ ନାମ କୁଲଦୀପ ଠାକୁର ଅନ୍ୟଜଣଙ୍କ ନାମ ନିଗମ ଗୁଜ୍ଜର ବୋଲି ଜଣାପଡ଼ିଛି । ଏହି ଆକ୍ରମଣ ପରେ ଅଫତାବର ସୁରକ୍ଷା ବଢ଼ାଇ ଦିଆଯାଇଛି ।

ସୂଚନା ଯେ, ଆଜି ପୁଣିଥରେ ଅଫତାବଙ୍କୁ ଏଫଏସଏଲ ରୋହିଣୀ ଲ୍ୟାବ ଅଣାଯିବ । ସେଥିପାଇଁ ଲ୍ୟାବ ବାହାରେ ପୁଲିସ ବଳ ମହଜୁଦ ରହିଛି । ଅଫତାବକୁ ମଙ୍ଗଳବାର କଡ଼ା ସୁରକ୍ଷା ମଧ୍ୟରେ ତିହାଡ଼ ଜେଲରୁ ଅଣାଯାଇଥିଲା । ଏହି ସମୟରେ ଜେଲ ଭ୍ୟାନରେ ତିହାଡ଼ ପ୍ରଶାସନ ବ୍ୟତୀତ ଦିଲ୍ଲୀ ପୁଲିସର ଥାର୍ଡ ବାଟାଲିୟନ ଯବାନ ମହଜୁଦ ଥିଲେ । ଏଥିସହିତ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ପାରାମିଲିଟାରୀ ଫୋର୍ସ ମଧ୍ୟ ନିଯୁକ୍ତ କରାଯାଇଛି ।

Exit mobile version