Site icon ଆଜିକାଲି

ଟି-୨୦ ବିଶ୍ୱକପରୁ ବିଦାୟ ପରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ ୱାର୍ଣ୍ଣର

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ କ୍ରିକେଟରେ ସରିଛି ବିସ୍ଫୋରକ ବ୍ୟାଟର ଡାଭିଡ ୱାର୍ଣ୍ଣରଙ୍କ ଯୁଗ। ଅଷ୍ଟ୍ରେଲିଆ ପାଇଁ ଆଉ ନଜର ଆସିବେନି ଏହି ବାମହାତୀ ଷ୍ଟାଇଲିଶ ବ୍ୟାଟର। କାରଣ ଆଜି ଅନ୍ତର୍ଜାତୀୟ କ୍ରିକେଟକୁ ସବୁଦିନ ପାଇଁ ବାଏବାଏ କହିଛନ୍ତି ଡାଭିଡ ୱାର୍ଣ୍ଣର।

ଟି-୨୦ ବିଶ୍ୱକପରୁ ଅଷ୍ଟ୍ରେଲିଆ ସୁପର ୮ରୁ ବିଦାୟ ନେଇଛି। ଭାରତ ଠାରୁ ହାରିବା ପରେ ଦଳ ଭାଗ୍ୟ ଆଜି ଅନୁଷ୍ଠିତ ବାଂଲାଦେଶ ଓ ଆଫଗାନିସ୍ତାନ ମ୍ୟାଚ୍ ଉପରେ ନିର୍ଭର କରୁଥିଲା।

ବାଂଲାଦେଶ ଜିତିଥିଲେ ଅଷ୍ଟ୍ରେଲିଆ ସେମିକୁ ଯାଇଥାଆନ୍ତା। ହେଲେ ଆଫଗାନିସ୍ତାନ ସମସ୍ତଙ୍କୁ ଚକିତ କରି ମ୍ୟାଚ୍‌ କବଜା କରିବା ସହ ପ୍ରଥମଥର ପାଇଁ ବିଶ୍ୱକପର କୌଣସି ସେମି ଫାଇନାଲରେ ପ୍ରବେଶ କରିଛି। ଆଫଗାନିସ୍ତାନ ବିଜୟୀ ହୋଇଥିବାରୁ ୨୦୨୧ ଟି-୨୦ ବିଶ୍ୱକପ ବିଜେତା ଅଷ୍ଟ୍ରେଲିଆକୁ ବାହାରର ରାସ୍ତା ଦେଖିବାକୁ ପଡ଼ିଛି।

ବିଶ୍ୱକପରୁ ଦୁଃଖଦ ବିଦାୟ ପରେ ଡାଭିଡ ୱାର୍ଣ୍ଣର ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛି। ବିଶ୍ୱକପ ପୂର୍ବରୁ ହିଁ ସେ ଟୁର୍ଣ୍ଣାମେଣ୍ଟ ପରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବେ ବୋଲି କହି ସାରିଥିଲେ। ତେବେ ସେ ଆସନ୍ତା ବର୍ଷ ଅନୁଷ୍ଠିତ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫି ବେଳକୁ କମବ୍ୟାକ କରିବେ ବୋଲି ଆଶା କରାଯାଉଥିଲା। ହେଲେ ଆଜି ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅଲବିଦା କହି ଦେଇଛନ୍ତି।

Exit mobile version