Site icon ଆଜିକାଲି

ଚନ୍ଦ୍ର ଓ ସୂର୍ଯ୍ୟ ପରେ ଏବେ ବ୍ଲାକ୍ ହୋଲ୍ ରହସ୍ୟ ଖୋଜିବ ଇସ୍ରୋ

ନୂଆଦିଲ୍ଲୀ : ଚନ୍ଦ୍ର ଓ ସୂର୍ଯ୍ୟ ପରେ ଏବେ ବ୍ଲାକ୍ ହୋଲ୍ ରହସ୍ୟ ଖୋଜିବ ଇସ୍ରୋ । ଏଥିପାଇଁ ଖୁବଶୀଘ୍ର ଲଞ୍ଚ ହେବ ମିଶନ । ଚନ୍ଦ୍ରଯାନ-୩ ଏବଂ ଆଦିତ୍ୟ ଏଲ-୧ର ସଫଳତା ପରେ ଏବେ ମହାକାଶ ଗବେଷଣାରେ ଆଉ ପାଦେ ଆଗେଇବାକୁ ଇସ୍ରୋର ଯୋଜନା । ଏଥିପାଇଁ ସରିଲାଣି ପ୍ରସ୍ତୁତି । ଚଳିତ ମାସରେ ହିଁ ଏହି ମିଶନକୁ ଲଞ୍ଚ କରିବାକୁ ଯୋଜନା ରଖିଛି ଇସ୍ରୋ । ତେବେ ଏହି ମିଶନ ଦେଶର ପ୍ରଥମ ଏବଂ ବିଶ୍ବ ଦ୍ବିତୀୟ ଏଭଳି ମିଶନ ହେବାକୁ ଯାଉଛି ଯାହା ବ୍ଲାକହୋଲ୍‌ ସହ ଅନ୍ୟ ମହାକାଶୀୟ ଘଟଣା ବିଷୟରେ ସୂଚନା ସଂଗ୍ରହ କରିବ । ଏପର୍ଯ୍ୟନ୍ତ କେବଳ ନାସା ଏଭଳି ମିଶନ ଲଞ୍ଚ କରିପାରିଛି ।

ଭାରତର ଏହି ମହତ୍ବକାଂକ୍ଷୀ ମିଶନର ନାମ ହେଉଛି ଏକ୍ସ-ରେ ପୋଲାରିମେଟ୍ରୀ । ଏହା ଏକ ପ୍ରକାର ସାଟେଲାଇଟ ଯାହା ଭିନ୍ନ ଭିନ୍ନ ପ୍ରକାରର ମହାକାଶୀୟ ସ୍ରୋତ ବିଷୟରେ ଖୋଜ୍ କରିବ । ଏହା ସହ ପୋଲିକ୍ସ ଏବଂ ଏକ୍ସପେକ୍ଟ ନାମକ ଦୁଇଟି ପେଲୋଡ ମଧ୍ୟ ମହାକାଶକୁ ପଠାଯିବ। ପୂର୍ବରୁ ଇସ୍ରୋ ମୁଖ୍ୟ ଏସ ସୋମନାଥ ମଧ୍ୟ ଏନେଇ ସୂଚନା ଦେଇଥିଲେ । ଭାରତର ଏହି ମିଶନ ଖୁବ୍ ଗୁରୁତ୍ବପୂର୍ଣ୍ଣ ହେବ । କାରଣ ଏହି ମିଶନ ନ୍ୟୁଟନ ଷ୍ଟାର, ଗ୍ୟାଲାକ୍ଟିକ୍ ନାଭିକ, ବ୍ଲାକହୋଲ ଭଳି ରହସ୍ୟରୁ ପରାଦା ହଟାଇବ ।

Exit mobile version