Site icon ଆଜିକାଲି

ଟିମ୍‌ ଇଣ୍ଡିଆର ପରାଜୟ ପରେ ନିରାଶ ହେଲେ ବିରାଟ୍‌, ସେୟାର କଲେ ପୋଷ୍ଟ

wtc final probabale playing xi - 1

ମୁମ୍ଵାଇ : ଅଷ୍ଟ୍ରେଲିଆ ବିପକ୍ଷ ୱାଲ୍ଡ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ପରାଜୟ ପରେ ଟିମ୍ ଇଣ୍ଡିଆର ପ୍ରଶଂସକମାନେ ଅତ୍ୟନ୍ତ ନିରାଶ ହୋଇଛନ୍ତି। ଏଥି ସହିତ ଭାରତୀୟ ଖେଳାଳିମାନେ ମଧ୍ୟ ଭାଙ୍ଗିପଡିଛନ୍ତି ।ତେବେ ସୋସିଆଲ ମିଡିଆରେ ବିରାଟ କୋହଲିଙ୍କ ଇନଷ୍ଟାଗ୍ରାମରେ ଦେଇଥିବା ଷ୍ଟୋରୀ ଭାଇରାଲ ହେବାରେ ଲାଗିଛି। ବିରାଟଙ୍କ ଇନଷ୍ଟାଗ୍ରାମରେ ଲେଖିଛନ୍ତି ଯେ ‘ଚୁପ୍‌ ରହିବା ହେଉଛି ଦୃଢତାର ସର୍ବୋତ୍ତମ ମାଧ୍ୟମ’। ବର୍ତ୍ତମାନ ବିରାଟଙ୍କ ଏହି ଷ୍ଟୋରୀ କ୍ରମାଗତ ଭାବରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହା ବ୍ୟତୀତ ସୋସିଆଲ ମିଡିଆ ୟୁଜର୍ସମାନେ କ୍ରମାଗତ ଭାବରେ ମନ୍ତବ୍ୟରେ ନିଜର ମତାମତ ଦେଉଛନ୍ତି । ୱାର୍ଲ୍ଡ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ଟିମ୍ ଇଣ୍ଡିଆର ପରାଜୟ ପରେ ବିରାଟ କୋହଲି ଅତ୍ୟନ୍ତ ନିରାଶ ହୋଇଥିଲେ। ପୂର୍ବତନ ଭାରତୀୟ ଅଧିନାୟକଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବିରାଟଙ୍କ ବ୍ୟତୀତ ରୋହିତ ଶର୍ମା ଏବଂ ଅନ୍ୟ ଖେଳାଳିମାନେ ଦୁଃଖରେ ଭାଙ୍ଗି ପଡିଥିଲେ । ଯାହା ତାଙ୍କ ମୁହଁରୁ ଜଣାପଡିଥିଲା ।

ଅନ୍ୟପକ୍ଷରେ, ଏହି ମ୍ୟାଚ୍ ବିଷୟରେ କହିବାକୁ ଗଲେ ଭାରତକୁ ୨୦୯ ରନ୍‌ରେ ପରାସ୍ତ କରିଛି। ଫାଇନାଲରେ ଜିତିବା ପାଇଁ ଭାରତ ଦଳକୁ ୪୪୪ ରନର ଲକ୍ଷ୍ୟ ରଖିଥିଲା। କିନ୍ତୁ ସମଗ୍ର ଟିମ୍‌ ମାତ୍ର ୨୩୪ ରନରେ ଟଳିପଡିଥିଲେ। ରୋହିତ ଶର୍ମା କହିଛନ୍ତି ଯେ ଟସ୍ ଜିତି ଆମେ ଏକ ବଡ଼ ଆରମ୍ଭ କରିଥିଲୁ, କିନ୍ତୁ ଏହାକୁ ବଜାୟ ରଖିପାରିଲୁ ନାହିଁ। ସେ ଏହା ମଧ୍ୟ କହିଛନ୍ତି ଯେ ଅଷ୍ଟ୍ରେଲୀୟ ବ୍ୟାଟ୍ସମାନେ ଯେପରି ବ୍ୟାଟିଂ କରିଥିଲେ, ଶ୍ରେୟ ସେମାନଙ୍କ ଦିଆଯିବା କଥା। ଭାରତୀୟ ଖେଳାଳିଙ୍କ ସହ ମ୍ୟାଚ୍ ସମୟରେ କିଛି ତ୍ରୁଟି ଘଟିଛି। ଯେଉଁଥିପାଇଁ ଦଳକୁ ପରାଜୟର ରୂପରେ ଭୋଗିବାକୁ ପଡିଲା ।

Exit mobile version