Site icon ଆଜିକାଲି

ବିପୁଳ ବିଜୟ ପରେ ଆଜି କଂଗ୍ରେସର ବିଧାୟକ ଦଳ ବୈଠକ

ନୂଆଦିଲ୍ଲୀ : କର୍ଣ୍ଣାଟକ ବିଧାନସଭା ନିର୍ରେବରଚ କଂଗ୍ରେସକୁ ମିଳିଛି ବିପୁଳ ବିଜୟ। କର୍ଣ୍ଣାଟକରେ କଂଗ୍ରେସ ୨୨୪ ସିଟ୍‌ରୁ ୧୩୫ ସିଟ୍‌ରେ ବିଜୟ ପରେ ଏବେ ସରକାର ଗଢ଼ିବା ଦିଗରେ ଅଗ୍ରସର ହେଉଛି। ମିଳିଥିବା ବିଜୟ ପରେ କଂଗ୍ରେସ ରବିବାର ଏହାର ବିଧାୟକ ଦଳ ବୈଠକ ଡକାଇଛି। ବୈଠକରେ ବିଧାୟକ ଦଳର ନେତାଙ୍କ ବିଷୟରେ ନିଷ୍ପତ୍ତି ହୋଇପାରେ ଏବଂ କିଏ ମୁଖ୍ୟମନ୍ତ୍ରୀ ହେବେ ଏହା ଉପରେ ମୋହର ଲାଗିପାରେ। ମୁଖ୍ୟମନ୍ତ୍ରୀ ପଦ ରେସ୍‌ରେ ସବୁଠୁ ଆଗରେ ରହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ କେପିସିସି ମୁଖ୍ୟ ଡି.କେ ଶିବକୁମାର।

କର୍ଣ୍ଣାଟକରେ କଂଗ୍ରେସ ସରକାର ଗଢ଼ିବା ସ୍ପଷ୍ଟ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ମୁଖ୍ୟମନ୍ତ୍ରୀ ପଦ ପାଇଁ ଦଳର ଦୁଇ ବରିଷ୍ଠ ନେତା ସିଦ୍ଧରମୈୟା ଓ ଡିକେ ଶିବକୁମାର ହେଉଛନ୍ତି ମୁଖ୍ୟ ଦାବିଦାର । ସିଦ୍ଧରମୈୟା ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଛନ୍ତି ଓ ସମ୍ପ୍ରତି ବିରୋଧୀ ଦଳ ନେତା ଅଛନ୍ତି । ଡିକେ ଶିବକୁମାର ହେଉଛନ୍ତି ରାଜ୍ୟ କଂଗ୍ରେସର ସଭାପତି ।

ତେବେ ମୁଖ୍ୟମନ୍ତ୍ରୀ ରେସରେ ସିଦ୍ଧରମୈୟା ଆଗରେ ରହିଥିବା ଜଣାପଡିଛି। ଏହା ତାଙ୍କର ଶେଷ ନିର୍ବାଚନ । ଏହା ପରେ ସେ ରାଜନୀତିରୁ ଅବସର ନେବେ ବୋଲି ସିଦ୍ଧରମୈୟ ଘୋଷଣା କରିଥିଲେ। ତେଣୁ କଂଗ୍ରେସ ସିଦ୍ଧରମୈୟାଙ୍କୁ ପୁଣି ମୁଖ୍ୟମନ୍ତ୍ରୀ ପଦ ଦେଇପାରେ। ତେବେ ଏନେଇ ସିଦ୍ଧରମୈୟାଙ୍କୁ ପଚରାଯିବାରୁ ସେ କହିଛନ୍ତି ଯେ, କଂଗ୍ରେସ ଏପର୍ଯ୍ୟନ୍ତ ଏହାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିନାହିଁ। ସେ ବି ଏହି ପଦ ପାଇଁ ଜଣେ ଦାବିଦାର | ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ହାଇ କମାଣ୍ଡ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି ।

Exit mobile version