Site icon ଆଜିକାଲି

ପୁଣି କ୍ଷୀର ଦାମ୍ ବଢ଼ାଇଲା ମଦର ଡେରୀ

ନୂଆଦିଲ୍ଲୀ: ପୁଣି ବଢିଲା କ୍ଷୀର ଦାମ୍ | ‘ମଦର ଡେରୀ’ କ୍ଷୀର ଦାମ୍ ଲିଟର ପିଛା ୧ ଟଙ୍କା ବୃଦ୍ଧି କରିଛି । ଫୁଲ୍ କ୍ରିମ୍ କ୍ଷୀର ବର୍ତ୍ତମାନ ଲିଟର ପିଛା ୬୩ ଟଙ୍କା ବଦଳରେ ୬୪ ଟଙ୍କା ହୋଇଛି | ଟୋକେନ୍ କ୍ଷୀର ମଧ୍ୟ ମହଙ୍ଗା ହୋଇଛି | ଏହାଛଡ଼ା ମଦର ଡେରୀର ଟୋକେନ୍ କ୍ଷୀର ମୂଲ୍ୟ ମଧ୍ୟ ବଢ଼ଇ ଦେଇଛି । ଏହି କ୍ଷୀର ଦାମ୍ ଲିଟର ପିଛା ୨ ଟଙ୍କା ବୃଦ୍ଧି କରିଛି। ମଦର ଡେରୀ ଟୋକେନ୍ କ୍ଷୀର ମୂଲ୍ୟ ଏବେ ଲିଟର ପିଛା ୪୮ ରୁ ୫୦ ଟଙ୍କା ହୋଇଛି। ତେବେ ଅଧା ଲିଟର (୫୦୦ ଏମ୍ଏଲ୍) ଫୁଲ୍ କ୍ରିମ୍ କ୍ଷୀର ପ୍ୟାକେଟର ମୂଲ୍ୟରେ କୌଣସି ବୃଦ୍ଧି ହୋଇନାହିଁ |

ମଦର ଡେରୀର ବର୍ଦ୍ଧିତ ମୂଲ୍ୟ ଆସନ୍ତାକାଲି ଅର୍ଥାତ୍ ସୋମବାର ଠାରୁ ଲାଗୁ ହେବ | ଏହି ମୂଲ୍ୟ ବୃଦ୍ଧିର ସବୁଠାରୁ ବଡ ପ୍ରଭାବ ଦିଲ୍ଲୀ-ଏନସିଆରର ଲୋକଙ୍କ ଉପରେ ପଡ଼ିବ କାରଣ ମଦର ଡେରୀ ଦିଲ୍ଲୀ-ଏନସିଆରର ସବୁଠାରୁ ବଡ ଦୁଗ୍ଧ ଯୋଗାଣକାରୀ କମ୍ପାନୀ । ଚଳିତ ବର୍ଷ ଚତୁର୍ଥ ଥର ପାଇଁ କ୍ଷୀର ଦାମରେ ବୃଦ୍ଧି ଘଟିଛି ।

Exit mobile version