Site icon ଆଜିକାଲି

ହୋଲି ପୂର୍ବରୁ ସାଧାରଣ ଜନତାଙ୍କୁ ମହଙ୍ଗା ମାଡ, ବଢିଲା ଘରୋଇ ଏବଂ ବ୍ୟବସାୟୀକ ଗ୍ୟାସ ସିଲିଣ୍ଡର ମୂଲ୍ୟ

ନୂଆଦିଲ୍ଲୀ: ହୋଲି ପୂର୍ବରୁ ସାଧାରଣ ଲୋକଙ୍କୁ ମହଙ୍ଗା ମାଡର ଆଉ ଏକ ଝଟକା ଲାଗିଛି । ଘରୋଇ ଗ୍ୟାସ କମ୍ପାନୀଗୁଡିକ ଦୀର୍ଘ ଦିନ ପରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରିଛନ୍ତି । ରାଜଧାନୀ ଦିଲ୍ଲୀରେ ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୧୦୩ ଟଙ୍କାକୁ ବୃଦ୍ଧି ପାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ସିଲିଣ୍ଡର ୧୦୫୩ ଟଙ୍କାରେ ଉପଲବ୍ଧ ଥିଲା । ନୂଆ ମୂଲ୍ୟ ୧ ମାର୍ଚ୍ଚ ଠାରୁ କାର୍ଯ୍ୟକାରୀ ହେବ । ଏହାପୂର୍ବରୁ ୬ ଜୁଲାଇ, ୨୦୨୨ରେ ତୈଳ କମ୍ପାନୀଗୁଡିକ ଦ୍ୱାରା ମୂଲ୍ୟ ବୃଦ୍ଧି କରାଯାଇଥିଲା । ସେତେବେଳେ ମଧ୍ୟ କମ୍ପାନୀଗୁଡିକ ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କାକୁ ବୃଦ୍ଧି କରିଥିଲେ ଏବଂ ଏହା ୧୦୫୩ ଟଙ୍କାକୁ ବୃଦ୍ଧି ପାଇଥିଲା ।

ଗତ କିଛି ମାସ ଧରି ବ୍ୟବସାୟିକ ଏଲପିଜି ସିଲିଣ୍ଡର ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିଥିଲା । କିନ୍ତୁ ଏହା ପରେ ତୈଳ କମ୍ପାନୀ ଗୁଡିକ ୧୯ କିଲୋଗ୍ରାମ ବ୍ୟବସାୟିକ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟକୁ ବହୁ ପରିମାଣରେ ବୃଦ୍ଧି କରିଛନ୍ତି । ଏଥର କମ୍ପାନୀଗୁଡିକ ମୂଲ୍ୟ ୩୫୦.୫୦ ଟଙ୍କା ବୃଦ୍ଧି କରିଛନ୍ତି । ଏହି ବୃଦ୍ଧି ସହିତ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୨୧୧୯.୫୦ ଟଙ୍କାକୁ ବୃଦ୍ଧି ପାଇଛି । ଏହାପୂର୍ବରୁ ଏହି ସିଲିଣ୍ଡର ମୂଲ୍ୟ ୧୭୬୯ ରେ ଉପଲବ୍ଧ ଥିଲା । ଜାନୁଆରୀ ୧ ରେ ଏହି ସିଲିଣ୍ଡରର ମୂଲ୍ୟରେ ୨୫ ଟଙ୍କା ବୃଦ୍ଧି ହୋଇଥିଲା ।

ଏହାପୂର୍ବରୁ ଗତ କିଛି ମାସ ଧରି ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ହ୍ରାସ ପାଇଥିବାର ଦେଖାଯାଇଥିଲା । ୧ ମଇ ୨୦୨୨ ରେ, ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ରେକର୍ଡ ୨୩୫୫.୫୦ ରେ ଥିଲା ।

Exit mobile version