Site icon ଆଜିକାଲି

ବିଜେପି ସହ ମେଣ୍ଟ ଭାଙ୍ଗିଲା ଏଆଇଏଡିଏମକେ, ବୈଠକରେ ପାରିତ ହେଲା ପ୍ରସ୍ତାବ

ନୂଆଦିଲ୍ଲୀ: ତାମିଲନାଡୁରେ ବିଜେପିକୁ ବଡ଼ ଝଟକା। ଏଆଇଏଡିଏମକେ ସୋମବାର ବିଜେପି ନେତୃତ୍ବାଧୀନ ଏନଡିଏରୁ ମେଣ୍ଟ ଭାଙ୍ଗିବା ନେଇ ଘୋଷଣା କରିଛି। ଏପ୍ରସଙ୍ଗରେ ଦଳ ଏକ ପ୍ରସ୍ତାବ ପାରିତ କରିଛି।

ଏଆଇଏଡିଏମକେ ନେତାଙ୍କ ବୈଠକ ପରେ ପାର୍ଟୀର ଉପ ସଂଯୋଜକ ପି ମୁନୁସାମୀ କହିଛନ୍ତି, ‘‘ଏଆଇଏଡିଏମକେ ଆଜିଠାରୁ ବିଜେପି ଏବଂ ଏନଡିଏରୁ ସବୁ ସମ୍ପର୍କ ଛିନ୍ନ କରୁଛି।’’ ପାର୍ଟୀ କହିଛି ‘‘ବିଜେପିର ରାଜ୍ୟ ନେତୃତ୍ବ ଗତ ଏକ ବର୍ଷରୁ ଲଗାତାର ଆମ ପାର୍ଟୀର ପୂର୍ବତନ ନେତା, ଆମର ମହାସଚିବ ଏବଂ ଆମର କର୍ମୀଙ୍କ ଉପରେ ଅନାବଶ୍ୟକ ଟିପ୍ପଣି କରୁଛନ୍ତି। ଆଜିର ବୈଠକରେ ଏହି ପ୍ରସ୍ତାବ ସର୍ବସମ୍ମତି କ୍ରମେ ପାରିତ ହୋଇଛି।’’

Exit mobile version