Site icon ଆଜିକାଲି

ପାଇଲଟଙ୍କ ତାଲିମରେ ତ୍ରୁଟି, ଏୟାର ଏସିଆ ଉପରେ ୨୦ ଲକ୍ଷ ଟଙ୍କା ଜରିମାନା

ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଏୟାର ଏସିଆ (ଇଣ୍ଡିଆ) ଲିମିଟେଡ୍ ଉପରେ ୨୦ ଲକ୍ଷ ଟଙ୍କା ଜରିମାନା ଲଗାଇଛି। ପାଇଲଟ ଦକ୍ଷତା/ ଇନଷ୍ଟ୍ରୁମେଣ୍ଟ ରେଟିଂ ଯାଞ୍ଚ ସମୟରେ କମ୍ପାନୀ ଏହାର ପାଇଲଟମାନଙ୍କର କିଛି ବାଧ୍ୟତାମୂଳକ ତାଲିମ କରାଯାଇନଥିବା ଜଣାପଡ଼ିଥିଲା । ଏହା ନିୟମ ଉଲ୍ଲଂଘନ |

ଏହାପୂର୍ବରୁ ଡିଜିସିଏ ଏୟାର ଏସିଆର ତାଲିମ ମୁଖ୍ୟଙ୍କୁ କର୍ତ୍ତବ୍ୟରେ ଅବହେଳା ଯୋଗୁଁ ତିନି ମାସ ପାଇଁ ପଦରୁ ହଟାଇ ଦେଇଥିଲା। ଏହାଛଡ଼ା ଆଠ ଜଣ ମନୋନୀତ ପରୀକ୍ଷକଙ୍କ ଉପରେ ୩ ଲକ୍ଷ ଲେଖାଏଁ ଜରିମାନା ଲଗାଯାଇଥିଲା ।

ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ କିମ୍ବା ଡିଜିସିଏ ସଂପୃକ୍ତ ପରିଚାଳକ, ତାଲିମ ମୁଖ୍ୟ ତଥା ଏୟାର ଏସିଆର ସମସ୍ତ ନିଯୁକ୍ତ ପରୀକ୍ଷକଙ୍କୁ ଦାୟିତ୍ବରେ ଅବହେଳା ପାଇଁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା । ସେମାନଙ୍କର ଲିଖିତ ଜବାବର ଆଧାରରେ ଡିଜିସିଏ କାର୍ଯ୍ୟାନୁଷ୍ଠାନ ନେଇଛି |

Exit mobile version