Site icon ଆଜିକାଲି

ବର୍ତ୍ତିଲେ ୧୬୮ ଯାତ୍ରୀ, କୋଚିରେ ଏୟାର ଏସିଆ ବିମାନର ଜରୁରୀ ଅବତରଣ

କୋଚି: ଏୟାର ଏସିଆର ଏକ ବିମାନ କୋଚିରେ ଜରୁରୀ ଅବତରଣ କରିଛି। କୋଚି-ବେଙ୍ଗାଲୁରୁ ଏୟାର ଏସିଆ ବିମାନ ୧୬୮ ଯାତ୍ରୀ ଏବଂ ୬ ଜଣ କ୍ରୁ ସଦସ୍ୟଙ୍କୁ ନେଇ ଉଡ଼ାଣ ଭରିବାର କିଛି ମିନିଟ୍ ପରେ କୋଚିନ୍ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଫେରି ଆସିଥିଲା।

ବିମାନବନ୍ଦର ସୂତ୍ରରୁ ପ୍ରକାଶ, ରବିବାର ବିଳମ୍ବିତ ରାତିରେ ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା କରୁଥିବା କୋଚି-ବାଙ୍ଗାଲୋର ବିମାନ ରାତି ୧୧:୧୫ରେ ଉଡ଼ାଣ ଭରିବାର କିଛି ମିନିଟ୍ ପରେ ଯାନ୍ତ୍ରିକ ସମସ୍ୟାର ସମ୍ମୁଖୀନ ହୋଇଥିଲା। ତେଣୁ ତୁରନ୍ତ ଏହା କୋଚିନ୍ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଫେରି ଆସିଥିଲା । ଫଳରେ ଏକ ସମ୍ଭାବ୍ୟ ଦୁର୍ଘଟଣାରୁ ବର୍ତ୍ତିଯାଇଥିଲେ ୧୬୮ ଯାତ୍ରୀ । ପ୍ରାରମ୍ଭିକ ତଦନ୍ତରୁ ବିମାନରେ ହାଇଡ୍ରୋଲିକ୍ ସମସ୍ୟା ଥିଲା ବୋଲି ଜଣାପଡ଼ିଛି।

Exit mobile version