Site icon ଆଜିକାଲି

ଆଫଗାନିସ୍ତାନରେ ବାୟୁସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟ୍‌ ମୃତ

ମୁମ୍ଵାଇ : ବାୟୁସେନା ହେଲିକପ୍ଟର କ୍ରାସ । ଆଫଗାନିସ୍ତାନର ଉତ୍ତର ପ୍ରାନ୍ତରେ ପାଟ୍ରୋଲିଂ କରୁଥିବା ସମୟରେ ବାୟୁସେନାର ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଯାହାଫଳରେ ଏହି ଦୁର୍ଘଟଣାରେ ଦୁଇ ଜଣ ପାଇଲଟଙ୍କ ମୃତ୍ୟୁ ହୋଇଯାଇଛି । ଆଫଗାନିସ୍ତାନ ପ୍ରତିରକ୍ଷା ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ଖବର ଅନୁଯାୟୀ, ବାୟୁସେନାର ଏମଡି-୫୩୦ ହେଲିକପ୍ଟର ଆଫଗାନିସ୍ତାନ ଉତ୍ତର ପ୍ରାନ୍ତରେ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ ସମାଙ୍ଗନ ପ୍ରଦେଶର ଖୁଲମ ଜିଲ୍ଲାରେ ଏକ ହାଇ ଭୋଲଟେଜ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲା । ଯାହାଫଳରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଶେଷରେ ଏହି ଦୁର୍ଘଟଣାରେ ଦୁଇ ଜଣ ପାଇଲଟଙ୍କ ମୃତ୍ୟୁ ହୋଇଛି ।

ସେହିପରି ଏହାପୂର୍ବରୁ ସମଙ୍ଗନ ପ୍ରଦେଶର ତାଲିବାନର ସୂଚନା ଓ ସଂସ୍କୃତି ବିଭାଗର ମୁଖ୍ୟ ଗଣମାଧ୍ୟମକୁ କହିଛନ୍ତି ଯେ, ପ୍ରଦେଶର ଖୁଲମ ଜିଲ୍ଲାରେ ଏକ ସାମରିକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ସାମରିକ ହେଲିକପ୍ଟର ଦୁର୍ଘଟଣାରେ ପାଇଲଟଙ୍କ ମୃତ୍ୟୁ ପ୍ରଥମ ଘଟଣା ନୁହେଁ। ଏପରି ଘଟଣା ପୂର୍ବରୁ ମଧ୍ୟ ଅନେକ ଘଟଣା ଘଟିଛି । ଅଗଷ୍ଟ ୨୦୨୧ରେ ତାଲିବାନ କ୍ଷମତାକୁ ଆସିବା ପରଠାରୁ ବାୟୁସେନାର ଅନେକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି।

Exit mobile version