Site icon ଆଜିକାଲି

ଏୟାର ଇଣ୍ଡିଆ ସଙ୍କଟ: ୨୫ କ୍ରୁ ସଦସ୍ୟ ବରଖାସ୍ତ

ନୂଆଦିଲ୍ଲୀ: ଟାଟା ଗ୍ରୁପ୍‌ର ଏୟାରଲାଇନ୍ ଏୟାର ଇଣ୍ଡିଆ ଏକ୍ସପ୍ରେସ ୨୫ ଜଣ କ୍ରୁ ସଦସ୍ୟଙ୍କୁ ଚାକିରୀରୁ ବରଖାସ୍ତ କରିଛି। ବହିଷ୍କୃତ କର୍ମଚାରୀମାନେ ହଠାତ୍ ମେ ୭ ରାତିରେ ସମୂହ ଛୁଟିରେ ପଳାଇଥିଲେ । ଏଥିପାଇଁ କମ୍ପାନୀକୁ ୯୦ ଫ୍ଲାଇଟ୍ ବାତିଲ କରିବାକୁ ପଡ଼ିଥିଲା। ନିର୍ଦ୍ଦେଶ ସତ୍ତ୍ୱେ ଚାକିରୀରେ ଯୋଗ ନ ଦେବାରୁ କ୍ରୁ ସଦସ୍ୟଙ୍କ ବିରୋଧରେ ଏହି ଆକ୍ସନ ନେଇଛି କମ୍ପାନୀ।

ଏୟାରଲାଇନର ସିଇଓ ଆଲୋକ ସିଂହ କହିଛନ୍ତି ଯେ ଆଜି ଏବଂ ଆଗାମୀ ଦିନରେ ବି ଅନେକ ଫ୍ଲାଇଟ୍ ବାତିଲ କରିବାକୁ ପଡ଼ିପାରେ। କମ୍ପାନୀ ଉଡ଼ାଣରେ ମଧ୍ୟ ହ୍ରାସ କରିବ । ମଙ୍ଗଳବାର ଅଚାନକ ଏୟାର ଇଣ୍ଡିଆ ଏକ୍ସପ୍ରେସର ୨୦୦ରୁ ଅଧିକ ବରିଷ୍ଠ କ୍ରୁ ସଦସ୍ୟ ଅସୁସ୍ଥତା ଦର୍ଶାଇ ସମୂହ ଛୁଟିରେ ଯାଇଥିଲେ।

କ୍ୟାବିନ କ୍ରୁ ସଦସ୍ୟମାନେ କମ୍ପାନୀରେ ପରିଚାଳନାଗତ ଅବ୍ୟବସ୍ଥାକୁ ବିରୋଧ କରି ଏଭଳି ନିଷ୍ପତ୍ତି ନେଇଥିଲେ ବୋଲି ଜଣାପଡିଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏହି ପ୍ରସଙ୍ଗରେ କମ୍ପାନୀଠୁ ରିପୋର୍ଟ ମାଗିଛି। ଏହି ସମସ୍ୟାର ଶୀଘ୍ର ସମାଧାନ କରିବାକୁ କହିଛି ମନ୍ତ୍ରଣାଳୟ ।

Exit mobile version