Site icon ଆଜିକାଲି

ଇଞ୍ଜିନରୁ ତେଲ ଲିକ୍ ପରେ ନେଓ୍ବାର୍କ-ଦିଲ୍ଲୀ ଏୟାର ଇଣ୍ଡିଆ ଫ୍ଲାଇଟର ଷ୍ଟକହୋମରେ ଜରୁରୀ ଅବତରଣ

ନୂଆଦିଲ୍ଲୀ : ଆମେରିକାର ନେଓ୍ବାର୍କ (ନ୍ୟୁ ଜର୍ସି) ରୁ ପ୍ରାୟ ୩୦୦ ଯାତ୍ରୀଙ୍କୁ ନେଇ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ‘ଏଆଇ-୧୦୬’ ଫ୍ଲାଇଟ୍ ସ୍ୱିଡେନର ଷ୍ଟକହୋମରେ ଜରୁରୀ ଅବତରଣ କରିଛି ।

ରିପୋର୍ଟ ଅନୁଯାୟୀ ବିମାନଟିର ଗୋଟିଏ ଇଞ୍ଜିନରୁ ତେଲ ଲିକ୍ ହେବା ପରେ ଏହାକୁ ଷ୍ଟକହୋମରେ ଏମର୍ଜନ୍ସି ଲ୍ୟାଣ୍ଡିଂ କରିବାକୁ ପଡିଥିଲା। ଜରୁରୀ ଅବତରଣକୁ ଦୃଷ୍ଟିରେ ରଖି ଷ୍ଟକହୋମ ବିମାନବନ୍ଦରରେ ଅନେକ ଅଗ୍ନିଶମ ବାହିନୀକୁ ପ୍ରସ୍ତୁତ ରଖାଯାଇଥିଲା । ତେବେ ଏହି ଘଟଣାରେ କୌଣସି କ୍ଷୟକ୍ଷତିର ସୂଚନା ନାହିଁ। ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ବୋଲି ଦାବି କରାଯାଇଛି।

Exit mobile version