Site icon ଆଜିକାଲି

ଇସ୍ରାଏଲକୁ ସମସ୍ତ ବିମାନ ସେବା ବନ୍ଦ କଲା ଏୟାର ଇଣ୍ଡିଆ

xr:d:DAF4pkeg4Uk:3,j:690590775586288155,t:24010114

ନୂଆଦିଲ୍ଲୀ : ସମ୍ପ୍ରତି ଇସ୍ରାଏଲ-ହମାସ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧ ସହିତ ଇରାନରେ ହମାସ୍‌ର ରାଜନୈତିକ ମୁଖ୍ୟ ଇସମାଇଲ ହାନିୟା ଇସ୍ରାଏଲ ଆକ୍ରମଣରେ ନିହତ ହେବାପରେ ମଧ୍ୟ ପ୍ରାଚ୍ୟରେ ପୂର୍ଣ୍ଣାଙ୍ଗ ଯୁଦ୍ଧ ଆଶଙ୍କା ଘନୀଭୂତ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଏୟାର ଇଣ୍ଡିଆ ପକ୍ଷରୁ ଇସ୍ରାଏଲକୁ ଏହାର ସମସ୍ତ ବିମାନ ସେବାକୁ ବନ୍ଦ ରଖାଯାଇଛି।

ଏୟାର ଇଣ୍ଡିଆର ‘ଏକ୍ସ’ ଆକାଉଣ୍ଟରେ ବିମାନ ଚଳାଚଳ ସଂସ୍ଥ ପକ୍ଷରୁ ଘୋଷଣା କରାଯାଇଛି ଯେ, ମଧ୍ୟପ୍ରାଚ୍ୟର ସାମ୍ପ୍ରତିକ ପରିସ୍ଥିତି ଦୃଷ୍ଟିରୁ ଶୁକ୍ରବାର ଠାରୁ ଆଗାମୀ ୮ ତାରିଖ ପର୍ଯ୍ୟନ୍ତ ତେଲ୍‌ ଆଭିଭ୍‌କୁ ଏୟାର ଇଣ୍ଡିଆ ତାହାର ସମସ୍ତ ବିମାନ ସେବା ସ୍ଥଗିତ ରଖିଛି। ପରିସ୍ଥିତି ଉପରେ ଲଗାତାର ନଜର ରଖାଯାଇଛି ଏବଂ ଏହି ସମୟ ମଧ୍ୟରେ ତେଲ୍‌ ଆଭିଭ୍‌ ଯିବାକୁ ଥିବା ଏବଂ ସେଠାରୁ ଆସିବାକୁ ଥିବା ସମସ୍ତ କନ୍‌ଫାର୍ମ ଟିକଟଧାରୀ ଯାତ୍ରୀଙ୍କ ନିମନ୍ତେ ବିମାନ ସେବା ସମୟ ପୁନଃ ନିର୍ଦ୍ଧାରଣ ଏବଂ ଯାତ୍ରା ବାତିଲ ବାବଦ ଚାର୍ଜ ଥରେ ଛାଡ କରିବା ସୁଯୋଗ ଯୋଗାଇ ଦିଆଯାଉଛି। କମ୍ପାନୀ ଏହାର ଯାତ୍ରୀ ଓ ବିମାନ କର୍ମଚାରୀଙ୍କ ନିରାପତ୍ତାକୁ ସର୍ବାଧିକ ପ୍ରାଧାନ୍ୟ ଦେଉଛି। ଏ ସମ୍ପର୍କରେ ଅଧିକ ସୂଚନା ନିମନ୍ତେ ବିମାନ ଚଳାଚଳ ସଂସ୍ଥା ପକ୍ଷରୁ ଯୋଗାଯୋଗ ଟେଲିଫୋନ ନମ୍ବର ଜାରି କରାଯାଇଛି। ହମାସ୍‌ ମୁଖ୍ୟ ହାନିୟାଙ୍କ ମୃତ୍ୟୁ ପରେ କ୍ଷୁବ୍ଧ ଇରାନ ପ୍ରତ୍ୟକ୍ଷ ଭାବରେ ଅଥବା ପରୋକ୍ଷରେ ତାହାର ସମର୍ଥିତ ଆତଙ୍କୀ ଗୋଷ୍ଠୀ ହୁଟି, ହମାସ୍‌ ଏବଂ ହେଜବୋଲ୍ଲା ଜରିଆରେ ଇସ୍ରାଏଲ ଉପରେ ବିଭିନ୍ନ ସ୍ଥାନରୁ ଆକ୍ରମଣ ଯୋଜନା କରିଥିବା କୁହାଯାଉଛି।

Exit mobile version