Site icon ଆଜିକାଲି

କର୍ଣ୍ଣାଟକ ରାଜ୍ୟପାଳଙ୍କୁ ନ ନେଇ ଚାଲିଗଲା ଏୟାରଏସିଆ ବିମାନ

ବେଙ୍ଗାଲୁରୁ: କର୍ଣ୍ଣାଟକର ରାଜ୍ୟପାଳଙ୍କୁ ନ ନେଇ ଚାଲିଗଲା ଏୟାରସିଆ ବିମାନ। ପ୍ରୋଟୋକଲ୍ ଉଲ୍ଲଂଘନ କରି ଏୟାରଆସିଆ ବିମାନ ଗୁରୁବାର କର୍ଣ୍ଣାଟକ ରାଜ୍ୟପାଳ ଥାୱରଚାନ୍ଦ ଗେହଲୋଟଙ୍କ ବିନା କେମ୍ପେଗୌଡ଼ା ଅନ୍ତର୍ଜାତୀୟ ବିମାନବନ୍ଦରୁ ଉଡ଼ାଣ ଭରିଥିଲା । ରାଜ୍ୟପାଳ ବିଳମ୍ବରେ ଆସିଥିଲେ ବୋଲି ଏୟାରଲାଇନ୍ସ ସଫେଇ ଦେଇଛି। କିନ୍ତୁ ସେ ବିମାନ ବନ୍ଦରର ଭିଭିଆଇପି ଲାଉଞ୍ଜରେ ଅପେକ୍ଷା କରିଥିଲେ । ନାମ ପ୍ରକାଶ କରିବାକୁ ଚାହୁଁନଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି, ରାଜ୍ୟପାଳଙ୍କ ପ୍ରୋଟୋକଲ ଅଧିକାରୀମାନେ ବିମାନବନ୍ଦର ପୋଲିସ ଷ୍ଟେସନରେ ଏନେଇ ଅଭିଯୋଗ କରିଛନ୍ତି।

ସୂଚନାନୁସାରେ, ରାଜ୍ୟପାଳ ଥାୱରଚାନ୍ଦ ଗେହଲୋଟ୍ ଗୁରୁବାର ଅପରାହ୍ନରେ ଟର୍ମିନାଲ୍-୨ରୁ ଫ୍ଲାଇଟରେ ହାଇଦ୍ରାବାଦ ଯିବାର ଥିଲା । ଏୟାର ଏସିଆ ବିମାନ ପହଞ୍ଚିବା ପରେ ତାଙ୍କ ଲଗେଜ୍ ବିମାନରେ ରଖାଯାଇଥିଲା । କିନ୍ତୁ ଟର୍ମିନାଲରେ ଗେହଲଟଙ୍କ ପହଞ୍ଚିବାରେ ବିଳମ୍ବ ହେବ ବୋଲି କୁହାଯାଇଥିଲା। ସୂତ୍ରରୁ ପ୍ରକାଶ, ବିମାନରେ ବସିବା ପାଇଁ ରାଜ୍ୟପାଳ ଭିଆଇପି ଲାଉଞ୍ଜରୁ ସେଠାରେ ପହଞ୍ଚିବା ବେଳକୁ ବିମାନଟି ପଳାଇ ଯାଇଥିଲା । ଫଳରେ ହାଇଦ୍ରାବାଦ ଯିବାକୁ ଆଉ ଏକ ଫ୍ଲାଇଟ୍ ପାଇଁ ରାଜ୍ୟପାଳଙ୍କୁ ୯୦ ମିନିଟ ଅପେକ୍ଷା କରିବାକୁ ପଡ଼ିଥିଲା। ଏହି ଘଟଣାରେ ଏୟାରଲାଇନ୍ ଦୁଃଖ ପ୍ରକାଶ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

Exit mobile version