Site icon ଆଜିକାଲି

ବିମାନ ପାଇଲଟ ଓ କର୍ମଚାରୀଙ୍କୁ ଅତର ବ୍ୟବହାର କରିବାକୁ କରାଯାଇପାରେ ବାରଣ

ନୂଆଦିଲ୍ଲୀ: ବିମାନ ପାଇଲଟ୍ ଓ କର୍ମଚାରୀମାନଙ୍କୁ ଏଣିକି ଅତର, ଔଷଧ ଏବଂ ମାଉଥଓ୍ବାଶ ଭଳି ଦ୍ରବ୍ୟ ବ୍ୟବହାର କରିବାକୁ ବାରଣ କରାଯାଇପାରେ । ଏହି ଦ୍ରବ୍ଯ ଗୁଡ଼ିକରେ ଆଲକହଲ୍ ଥିବାରୁ ସମ୍ପୃକ୍ତ ବିମାନ କମ୍ପାନୀ ଦ୍ୱାରା କରାଯାଉଥିବା ବ୍ରେଥଲାଇଜର ତଥା ନିଶା ସେବନ ଟେଷ୍ଟକୁ ଏହା ପ୍ରଭାବିତ କରିଥାଏ । ତେଣୁ ଏହି ଦ୍ରବ୍ଯ ଗୁଡିକ ବ୍ୟବହାର ନ କରିବାକୁ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ତରଫରୁ ପ୍ରସ୍ତାବ ଦିଆଯାଇଛି।

ଡିଜିସିଏ ମୁଖ୍ୟ କହିଛନ୍ତି ଯେ ଏହା କେବଳ ଏକ ଚିଠା ପ୍ରସ୍ତାବ ଯାହା ହିତାଧିକାରୀଙ୍କ ମତାମତ ପାଇଁ ସାର୍ବଜନୀନ କରାଯାଇଛି । ଉଲ୍ଲେଖଯୋଗ୍ୟ, ବିମାନ ଚଳାଚଳ ନିୟାମକ ଡିଜିସିଏ ସମେତ ଭାରତର ସବୁ ବିମାନ କମ୍ପାନୀ ଉଡ଼ାଣ ପୂର୍ବରୁ ବ୍ରେଥଲାଇଜର ଟେଷ୍ଟକୁ କଡ଼ାକଡ଼ି କରିଛନ୍ତି। ଏହି ଟେଷ୍ଟ କ୍ୟାମେରା ସାମ୍ନାରେ ହୋଇଥାଏ ।

Exit mobile version