Site icon ଆଜିକାଲି

ଓସ୍କାର ଦୌଡ଼ରେ ସାମିଲ ହେଲା ଆଲିଆ ଭଟ୍ଟଙ୍କ ଗଙ୍ଗୁବାଇ!

ମୁମ୍ବାଇ : ବର୍ତ୍ତମାନ ଦେଶରେ ଚର୍ଚ୍ଚା ଜୋର ଧରିଛି ଯେ ରାମ ଚରଣ ଓ ଜୁନିୟର ଏନଟିଆରଙ୍କ ଅଭିନିତ ତଥା ରାଜାମୌଲିଙ୍କ ଫିଲ୍ମ ଆରଆରଆର ଏଥର ଓସ୍କାର ଆୱାର୍ଡ ପାଇଁ ଭାରତ ତରଫରୁ ଅଫିସିଆଲ୍ ଭାବେ ପ୍ରବେଶ କରିବ । ବିବେକ ଅଗ୍ନିହୋତ୍ରୀ-ନିର୍ଦ୍ଦେଶିତ କାଶ୍ମୀର ଫାଇଲ ଓ ଆର ମାଧବନଙ୍କ ରକେଟ୍ରି: ଦି ନାମ୍ବି ଇଫେକ୍ଟ ମଧ୍ୟ ଓସ୍କାର ପାଇଁ ଦୌଡରେ ଅଛି । ବର୍ତ୍ତମାନ ଏହି ତାଲିକାରେ ଏକ ନୂତନ ଫିଲ୍ମ ନାମ ଯୋଡା ଯାଇଛି । ଏହି ଫିଲ୍ମ ହେଉଛି ଆଲିଆ ଭଟ୍ଟଙ୍କ ଅଭିନୀତ ସଞ୍ଜୟ ଲୀଲା ଭନ୍ସାଲିଙ୍କ ଗାଙ୍ଗୁବାଇ କାଠିଆୱାଡି । କହିରଖୁଛୁ ଯେ ୨୦୦୨ ମସିହାରେ ମୁକ୍ତିଲାଭ କରିଥିବା ସଞ୍ଜୟ ଲୀଲା ଭନ୍ସାଲିଙ୍କ ଫିଲ୍ମ ‘ଦେବଦାସ’ ମଧ୍ୟ ଓସ୍କାର ସମାରୋହରେ ପହଞ୍ଚିଥିଲା ।

ବର୍ଲିନ୍ ଫିଲ୍ମ ମହୋତ୍ସବରେ ଆଲିଆ ଭଟ୍ଟଙ୍କ ଗାଙ୍ଗୁବାଇ କାଠିଆୱାଡି ଦର୍ଶକଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲେ, ଯଦିଓ ଏହି ଫିଲ୍ମକୁ ଷ୍ଟାଣ୍ଡିଙ୍ଗ ୱେବସନ ମିଳିସାରିଛି । ରିଲିଜ୍ ପୂର୍ବରୁ ମଧ୍ୟ ବିବାଦ ଘେରକୁ ଆସିଥିବା ଏହି ଫିଲ୍ମ ବିଦେଶରେ ବହୁତ ଭଲ ରୋଜଗାର କରିଥିଲା । ବକ୍ସ ଅଫିସରେ ଭାରତର ରିପୋର୍ଟ ଅନୁଯାୟୀ ଏହି ଫିଲ୍ମ ବିଦେଶୀ ବକ୍ସ ଅଫିସରେ ପ୍ରାୟ ୭.୫୦ ମିଲିୟନ ଡଲାରର ବ୍ୟବସାୟ କରିଥିଲା । ହୁସେନ୍ ଜୈଦିଙ୍କ ପୁସ୍ତକ ‘ମାଫିଆ କୁଇନ୍ସ ଅଫ୍ ମୁମ୍ବାଇ’ ଉପରେ ଆଧାର କରି ଏହି ଫିଲ୍ମ ଗାଙ୍ଗୁବାଇର ବାସ୍ତବ ଜୀବନ ଉପରେ ଆଧାରିତ । ନିଜ ପ୍ରେମିକ ଦ୍ୱାରା ପ୍ରତାରିତ ହୋଇଥିବା ଝିଅଟି କିପରି ମୁମ୍ବାଇର ରେଡ୍ ଲାଇଟ୍ ଅଞ୍ଚଳରେ ପହଞ୍ଚି ତା’ପରେ ରାଜନୀତିରେ ନିଜର ସ୍ଥାନ ସୃଷ୍ଟି କରେ ତାହା ଏହି ଫିଲ୍ମରେ ବର୍ଣ୍ଣନା କରାଯାଇଛି ।

Exit mobile version