Site icon ଆଜିକାଲି

ଆତଙ୍କବାଦ ବିରୋଧରେ ସମସ୍ତ ଦେଶ ଏକତ୍ର ହେବା ଆବଶ୍ୟକ : ପ୍ରଧାନମନ୍ତ୍ରୀ

PM addressing at the launch of the Lifestyle for the Environment (LiFE) movement, in New Delhi on June 05, 2022.

ନୂଆଦିଲ୍ଲୀ : ଆତଙ୍କବାଦ ସାରା ବିଶ୍ଵ ପାଇଁ ବିପଦ। ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ପାଇଁ ପାଣ୍ଠି ଯୋଗାଣ ବନ୍ଦ କରାଯିବା ସଙ୍ଗେ ସଙ୍ଗେ ଆତଙ୍କବାଦର ମୂଳୋତ୍ପାଟନ ଜରୁରୀ। ଏ କ୍ଷେତ୍ରରେ ଦୋମୁହାଁ ନୀତିର ସ୍ଥାନ ନାହିଁ। ତେଣୁ ଆତଙ୍କବାଦ ବିରୋଧରେ ସମସ୍ତ ଦେଶ ଏକତ୍ର ହେବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ରୁଷର କଜନଠାରେ ଅନୁଷ୍ଠିତ ବ୍ରିକ୍ସ ସମ୍ମିଳନୀରେ ଯୋଗଦେଇ ଉଦବୋଧନ ଦେବା ଅବସରରେ ମୋଦୀ ଏହା କହିଛନ୍ତି।

ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ, ଇସ୍ରାଏଲ-ଗାଜା ଯୁଦ୍ଧ ରୋକିବା କ୍ଷେତ୍ରରେ ଜାତିସଂଘ ନିରାପତ୍ତା ପରିଷଦ ବିଫଳ ହୋଇଛି। ଏଥିପାଇଁ ବିଭିନ୍ନ ମହଲରୁ ଏହି ସଂଗଠନକୁ ସମାଲୋଚନା କରାଯାଉଛି। ବିଶ୍ଵସ୍ତରୀୟ ଏହି ଅନୁଷ୍ଠାନରେ ସଂସ୍କାର ଆସିବା ଜରୁରୀ ହୋଇପଡ଼ିଛି ବୋଲି ସେ କହିଛନ୍ତି।

୧୬ଶ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ଲାଗି ପ୍ରଧାନମନ୍ତ୍ରୀ ମଙ୍ଗଳବାର କଜନରେ ପହଞ୍ଚିଥିଲେ। ଏହି ଅବସରରେ ମୋଦୀ ରୁଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନଙ୍କ ସହିତ ଦ୍ଵିପାକ୍ଷିକ ଆଲୋଚନା କରିଥିବାବେଳେ ବୁଧବାର ଅନ୍ତିମ ଦିନରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ଅନ୍ୟାନ୍ୟ ସଦସ୍ୟ ରାଷ୍ଟ୍ରର ନେତାଙ୍କ ସହିତ ଦ୍ଵିପାକ୍ଷିକ ଆଲେଚାନ କରିବାର କାର୍ଯ୍ୟକ୍ରମ ରହିଛି।

Exit mobile version