Site icon ଆଜିକାଲି

ହକି ବିଶ୍ୱକପ ନେଇ ଆଜି ସର୍ବଦଳୀୟ ବୈଠକ

ଭୁବନେଶ୍ବର : ଆସନ୍ତା ମାସରେ ଅନୁଷ୍ଠିତ ହେବ ହକି ବିଶ୍ବକପ । ହକି ବିଶ୍ବକପକୁ କିଭଳି ସଫଳତାର ସହ ଆୟୋଜନ କରାଯିବ ସେଥିପାଇଁ ଆଲୋଚନା କରିବାକୁ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ସନ୍ଧ୍ୟା ୫ଟାରେ ବସିବ ସର୍ବଦଳୀୟ ବୈଠକ । ଲୋକସେବା ଭବନ କନଭେନସନ ହଲ୍‌ରେ ବସିବ ବୈଠକ ।

ଭୁବନେଶ୍ବରର କଳିଙ୍ଗ ହକି ଷ୍ଟାଡିୟମ୍ ଓ ରାଉରକେଲାର ନବନିର୍ମିତ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯିବ ହକି ବିଶ୍ବକପ୍‌ର ସମସ୍ତ ମ୍ୟାଚ୍ । ଏଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି । ରାଉରକେଲା ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ବିକାଶମୂଳକ କାର୍ଯ୍ୟ ଆଗେଇ ଚାଲିଥିବା ସହରକୁ ସୁନ୍ଦର ଭାବେ ସଜା ଯାଇଛି ।

Exit mobile version