Site icon ଆଜିକାଲି

ଜ୍ଞାନବାପି ମସଜିଦ ମାମଲାର ମୁସଲିମ ପକ୍ଷକୁ ଝଟକା, ଆବେଦନ ଖାରଜ କଲେ ଆହ୍ଲାବାଦ ହାଇକୋର୍ଟ

ବାରାଣାସୀ: ଜ୍ଞାନବାପି ମସଜିଦ ମାମଲାରେ ମୁସଲିମ ପକ୍ଷକୁ ଲାଗିଛି ବଡ଼ ଝଟକା। ମସଜିଦ ସ୍ଥାନରେ ମନ୍ଦିର ପୁନରୁଦ୍ଧାରକୁ ଚ୍ୟାଲେଞ୍ଜ କରି ମୁସଲିମ ପକ୍ଷ କରିଥିବା ସମସ୍ତ ଆବେଦନକୁ ଆହ୍ଲାବାଦ ହାଇକୋର୍ଟ ଖାରଜ କରିଦେଇଛନ୍ତି। ହାଇକୋର୍ଟ ୧୯୯୧ ମାମଲାର ଶୁଣାଣିକୁ ମଞ୍ଜୁରି ଦେଇଛନ୍ତି। ଏହାଛଡ଼ା ଜ୍ଞାନବାପି ମାମଲାର ଶୁଣାଣି ୬ ମାସ ମଧ୍ୟରେ ଶେଷ କରିବାକୁ ବାରାଣସୀ ଜିଲ୍ଲା କୋର୍ଟକୁ ଯାଇପାରୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ହାଇକୋର୍ଟ ରାୟ ମୁସଲିମ ପକ୍ଷ ପାଇଁ ଏକ ବଡ଼ ଝଟକା। ଆହ୍ଲାବାଦ ହାଇକୋର୍ଟ ଯେଉଁ ପାଞ୍ଚଟି ଆବେଦନ ଉପରେ ରାୟ ଦେଇଛନ୍ତି, ସେଥିମଧ୍ୟରୁ ୧୯୯୧ ଠାରୁ ବାରାଣସୀ କୋର୍ଟରେ ବିଚାରାଧୀନ ମାମଲାକୁ ଚ୍ୟାଲେଞ୍ଜ କରି ତିନୋଟି ଆବେଦନ ଦାୟର ହୋଇଥିଲା । ଅବଶିଷ୍ଟ ଦୁଇଟି ଆବେଦନ ଏଏସ୍ଆଇ ସର୍ଭେ ବିରୋଧରେ ଦାୟର ହୋଇଥିଲା, ଯାହାକୁ କୋର୍ଟ ଖାରଜ କରିଛନ୍ତି ।

ଜଷ୍ଟିସ ରୋହିତ ରଞ୍ଜନ ଅଗ୍ରୱାଲଙ୍କ ଏକକ ବେଞ୍ଚ ଆବେଦନକାରୀ ଅଞ୍ଜୁମାନ ଇନ୍ତେଜାମିଆ ମସଜିଦ କମିଟି ଏବଂ ଉତ୍ତରପ୍ରଦେଶ ସୁନ୍ନି ସେଣ୍ଟ୍ରାଲ ୱାକଫ ବୋର୍ଡ ଓ ମନ୍ଦିର ପକ୍ଷର ଯୁକ୍ତି ଶୁଣିବା ପରେ ଏହି ରାୟ ଦେଇଛନ୍ତି।

ବାରାଣସୀର କାଶୀ ବିଶ୍ୱନାଥ ମନ୍ଦିର ନିକଟରେ ଥିବା ଜ୍ଞାନବାପି ମସଜିଦ ପରିଚାଳନା କରୁଥିବା ଅଞ୍ଜୁମାନ ଇନ୍ତେଜାମିଆ ମସଜିଦ କମିଟି, ବାରାଣସୀ କୋର୍ଟରେ ବିଚାରାଧୀନ ମାମଲାକୁ ଚ୍ୟାଲେଞ୍ଜ କରିଥିଲା । ଅନ୍ୟପକ୍ଷରେ ହିନ୍ଦୁ ପକ୍ଷ ଜ୍ଞାନବାପି ମସଜିଦ ଥିବା ସ୍ଥାନରେ ମନ୍ଦିର ପୁନଃ ନିର୍ମାଣ କରିବା ନେଇ ଆବେଦନ କରିଥିଲା । ଏକ ଶିବ ମନ୍ଦିରକୁ ଭାଙ୍ଗି ଜ୍ଞାନବାପି ମସଜିଦ ନିର୍ମାଣ କରାଯାଇଛି ବୋଲି ଦାବି କରୁଛି ହିନ୍ଦୁ ପକ୍ଷ ।

Exit mobile version