Site icon ଆଜିକାଲି

ବିମାନବନ୍ଦର ଏଟିସି ରୁମରେ ବଳପୂର୍ବକ ପଶିବା ଅଭିଯୋଗ, ୯ ଜଣଙ୍କ ବିରୋଧରେ ମାମଲା ରୁଜୁ

ରାଞ୍ଚି: ଝାଡଖଣ୍ଡର ଦେଓଘର ବିମାନବନ୍ଦର ଏଟିସି ରୁମରେ ବଳପୂର୍ବକ ପଶିବା ମାମଲାରେ ବିଜେପି ସାଂସଦ ନିଶିକାନ୍ତ ଦୁବେ, ମନୋଜ ତିୱାରୀଙ୍କ ସମେତ ୯ ଜଣଙ୍କ ବିରୋଧରେ କୁଣ୍ଡା ପୋଲିସ ଥାନାରେ ମାମଲା ରୁଜୁ ହୋଇଛି। ବିମାନବନ୍ଦର ଡିଏସପି ସୁମନ ଅନାନଙ୍କ ଅଭିଯୋଗ ପରେ ଏହି ମାମଲା ରୁଜୁ କରାଯାଇଛି ।ଅଗଷ୍ଟ ୩୧ରେ ବିଜେପିର ପ୍ରତିନିଧି ଦଳ ଡୁମକାର ପୀଡିତା ଅଙ୍କିତାଙ୍କୁ ଭେଟିବାକୁ ଆସିଥିଲେ । ସନ୍ଧ୍ୟାରେ ଫେରିବା ବେଳେ ଗୋଡ୍ଡା ସାଂସଦ ନିଶିକାନ୍ତ ଦୁବେଙ୍କ ସମେତ ତାଙ୍କ ପୁଅ କନିଷ୍କକାନ୍ତ ଦୁବେ, ମୋହିକାନ୍ତ ଦୁବେ, ସାଂସଦ ମନୋଜ ତିୱାରୀ, ମୁକେଶ ପାଠକ, ଦେବତା ପାଣ୍ଡେ, ପିଣ୍ଟୁ ତିୱାରୀ ଜବରଦସ୍ତ ଦେଓଗଡ ବିମାନ ବନ୍ଦରର ଏଟିସି ରୁମରେ ପ୍ରବେଶ କରିଥିଲେ ଏବଂ ପ୍ରଭାବ ପକାଇ ବଳପୂର୍ବକ କ୍ଲିୟରାନ୍ସ ନେଇଥିବା ଅଭିଯୋଗ ହୋଇଥିଲା ।ସୂଚନାଯୋଗ୍ୟ ଯେ, ଦେଓଘର ବିମାନ ବନ୍ଦରରେ କୌଣସି ରାତ୍ରିକାଳୀନ ଯାତ୍ରା କିମ୍ବା ଅବତରଣ ସୁବିଧା ନାହିଁ | ଅଭିଯୋଗ ଅନୁଯାୟୀ, ବିଜେପି ନେତାମାନେ ଜବରଦସ୍ତ ଏଟିସି ରୁମରେ ପ୍ରବେଶ କରିଥିଲେ। ଏହା ପରେ କ୍ଲିୟରାନ୍ସ ନେବା ପରେ ସାଂସଦ ଏବଂ ତାଙ୍କ ସାଥୀମାନେ ଚାର୍ଟାର୍ଡ ​​ବିମାନରେ ଫେରି ଆସିଥିଲେ।

Exit mobile version