Site icon ଆଜିକାଲି

ଅମରନାଥ ଯାତ୍ରା ୨୦୨୩ : ସୁରକ୍ଷା ପାଇଁ ୮୦,୦୦୦ ଅଧିକ ଫ୍ଲାଟୁନ ଫୋର୍ସ ମୁତୟନ

ମୁମ୍ଵାଇ : ଆସନ୍ତା ଜୁଲାଇ ପହିଲାରୁ ଚଳିତବର୍ଷର ଅମରନାଥ ଯାତ୍ରା ଆରମ୍ଭ ହେଉଛି । ସମ୍ଭାବ୍ୟ ସନ୍ତ୍ରାସବାଦୀ ଆକ୍ରମଣକୁ ନେଇ ଚିନ୍ତିତ ହୋଇ ହାଇସିକ୍ୟୁରିଟି କରାଯାଇଛି। ଏଥିପାଇଁ ଅମରନାଥ ଯାତ୍ରୀ ମାର୍ଗକୁ ସୁରକ୍ଷିତ ରଖିବା ପାଇଁ ସରକାର ୮୦,୦୦୦ ରୁ ଅଧିକ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରିଛନ୍ତି। ତୀର୍ଥଯାତ୍ରୀଙ୍କ ସଂଖ୍ୟା ୬ ଲକ୍ଷ ଅତିକ୍ରମ କରିବାର ସମ୍ଭାବନା ଅଛି। ତୀର୍ଥଯାତ୍ରୀଙ୍କ ମାର୍ଗ ଉପରେ ନଜର ରଖିବା ପାଇଁ ମାନବ ବିହୀନ ବିମାନ ଯାନକୁ ସେବାରେ ରଖାଯାଇଥିବାବେଳେ ତୀର୍ଥଯାତ୍ରୀମାନଙ୍କୁ ଆରଏଫଆଇଡି ଲୋକେସନ ଚିପ୍ସ ସହିତ ଟ୍ୟାଗ୍ କରାଯାଇଛି।

ଏହା ବ୍ୟତୀତ ସେଠାରେ ଯାତ୍ରୀମାନେ ଫାଷ୍ଟଫୁଡ୍ ଖାଇବାକୁ ପାଇବେ ନାହିଁ। ଯାତ୍ରା ସମୟରେ ହାଲୱା-ପୁରୀ, ଚୋଲେ ଭଟୁରେ, ଜିଲାପି, ଦୋସା ଭଳି ଖାଦ୍ୟ ଉପଲବ୍ଧ ହେବ ନାହିଁ । ଅମର ନା୍‌ ବାସ୍ତବରେ, ଅମରନାଥ ଜୀ ଶ୍ରାଇନ୍‌ ବୋର୍ଡ ଦ୍ଵାରା ଜାରି କରାଯାଇଥିବା ସ୍ଵାସ୍ଥ୍ୟ ପରାମର୍ଶରେ ଏପରି ଖାଦ୍ୟ ନିଷେଧ କରାଯାଇଛି।

ଲଙ୍ଗର ଅନୁଷ୍ଠାନ, ଖାଦ୍ୟ ଷ୍ଟଲ୍ ଏବଂ ଦୋକାନ ପାଇଁ ଏକ ବିସ୍ତୃତ ମେନୁ ପ୍ରସ୍ତୁତ କରାଯାଇଛି। କହିବାକୁ ଗଲେ ଗତ ବର୍ଷ ଅମରନାଥ ଯାତ୍ରା ସମୟରେ ପ୍ରାକୃତିକ କାରଣରୁ ଦୁର୍ଘଟଣା ହେତୁ ୪୨ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ଚଳିତ ବର୍ଷ ଭକ୍ତଙ୍କ ପାଇଁ ସ୍ଵାସ୍ଥ୍ୟ ପ୍ରମାଣପତ୍ର ବାଧ୍ୟତାମୂଳକ ଉପରେ ସରକାର ଗୁରୁତ୍ଵରୋପ କରିଛନ୍ତି। ଏହା ବ୍ୟତୀତ ଯାତ୍ରା ସମୟରେ ଅମ୍ଳଜାନ ବୁଥ ସମେତ ବିଭିନ୍ନ ସ୍ଥାନରେ ଡାକ୍ତରଖାନାର ସୁବିଧା ମଧ୍ୟ ଯୋଗାଇ ଦିଆଯିବ।

ନୂତନ ମେନୁ ମାଧ୍ୟମରେ ପ୍ରଶାସନ ଯାତ୍ରୀମାନଙ୍କୁ ଉପଯୁକ୍ତ ଖାଦ୍ୟ ଯୋଗାଇବାକୁ ଚେଷ୍ଟା କରୁଛି। ଏହି କାରଣରୁ ଯାତ୍ରାରେ ମଦ୍ୟପାନ, ତମାଖୁ, ଗୁଟଖା, ପାନ ମସାଲା, ଧୂମପାନ ନିଷେଧ କରାଯାଇଛି। ହର୍ବାଲ ଚା, କମ୍ କ୍ଷୀର, ଲେମ୍ବୁ, ପନିପରିବା ସୁପ୍ ଯାତ୍ରା ସମୟରେ ନିଆଯାଇ ପାରିବ। ଫ୍ରାଇଡ୍‌ ରାଇସ ନିଷେଧ କିନ୍ତୁ ଲୋକମାନେ ସାଧାରଣ ରନ୍ଧା ଚାଉଳ ଖାଇପାରିବେ । ଏହା ବ୍ୟତୀତ ଭଜା ହୋଇଥିବା ଚଣା, ପୋହା, ଉପମା, ଇଡଲୀ, ଡାଲି ରୁଟି ପରି ହାଲୁକା ଖାଦ୍ୟ ଖାଇ ପାରିବେ । ଚକୋଲେଟ୍, କ୍ଷୀର, ଶୁଖିଲା ଫଳ, ମହୁ ମଧ୍ୟ ଖାଇ ପାରିବେ ।

Exit mobile version