Site icon ଆଜିକାଲି

ଫିଲ୍ମ ସୁଟିଂ ବେଳେ ଅମିତାଭ ବଚ୍ଚନ ଆହତ

ମୁମ୍ବାଇ : ହାଇଦ୍ରାବାଦରେ ଫିଲ୍ମ ‘ପ୍ରୋଜେକ୍ଟ୍‌ କେ’ର ସୁଟିଂ ବେଳେ ଅମିତାଭ ବଚ୍ଚନ ଆହତ ହୋଇଛନ୍ତି।ସୋସିଆଲ ମିଡିଆରେ ସେ ଆହତ ହେବା ନେଇ ସୂଚନା ଦେଇଛନ୍ତି ଅମିତାଭ । ଫିଲ୍ମର ଏକ ଆକ୍ସନ ଦୃଶ୍ୟର ସୁଟିଂ ବେଳେ ତାଙ୍କ ଡାହାଣ ପଟ ପିଞ୍ଜରାର ମାଂସପେଶୀରେ ଆଘାତ ଲାଗିଛି । ସୁସ୍ଥ ହେବା ପାଇଁ ତାଙ୍କୁ ଦୁଇ ସପ୍ତାହ ଲାଗିବ । ଚଳଚ୍ଚିତ୍ର ର ସୁଟିଂ ବାତିଲ କରାଯାଇଛି ବୋଲି ଅମିତାଭ ସୂଚନା ଦେଇଛନ୍ତି।ସ୍ବାସ୍ଥ୍ୟ ସଂକ୍ରାନ୍ତ ସଦ୍ୟତମ ସୂଚନା ସେୟାର୍‌ କରି ଅମିତାଭ ଲେଖିଛନ୍ତି ଯେ, ସମ୍ପ୍ରତି ସେ ତାଙ୍କ ମୁମ୍ବାଇସ୍ଥିତ ବାସଭବନରେ ବିଶ୍ରାମ ନେଉଛନ୍ତି।

Exit mobile version